ପୁତୁରା ଷ୍ଟିଲ ପାଇପ ମାଡରେ ମଉସା ମୃତ
ଢେଙ୍କାନାଳ, (ତାପସଦାସ):ବାରମ୍ବାର ମଉସା ଠାରୁ ଗାଳି ଗୁଲଜ ଶୁଣି ସହି ପାରି ନଥିଲା ଯୁବକ ହାପି। ଶନିବାର ସନ୍ଧ୍ୟା ପ୍ରାୟ ୮ ଟା ବେଳେ ନୂଆଭୁବନ ଛକରେ ଷ୍ଟୀଲ ଦୋକାନରେ ମିସ୍ତ୍ରୀ ଥିବା ଯୁବକ ହାପିକୁ ମଉସା ସୁଶାନ୍ତ ଗାଳି ଗୁଲଜ କରିଥିଲେ। ଉତ୍ତ୍ୟକ୍ତ ହୋଇ ହାପି ଏକ ଷ୍ଟିଲ ପାଇପରେ ସୁଶାନ୍ତ ମୁଣ୍ଡକୁ ପିଟି ଦେଇଥିଲା। ସଙ୍ଗେ ସଙ୍ଗେ ଭୁବନ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିଲା। ମୃତକ ହେଲେ ଭୁବନ ୱାର୍ଡ ନମ୍ବର ୩ ବାବାଜୀ ସେଠୀଙ୍କ ସାନପୁଅ ସୁଶାନ୍ତ ସେଠି (୩୭)। ମାଡମାରି ଥିବା ହାପି ହେଉଛନ୍ତି ସଂପର୍କରେ ପୁତୁରା। ହାପି ର ବାପା କାହ୍ନୁ ପରିଡା ଦୀର୍ଘ ବର୍ଷ ହେଲା ପାରାଲିସିସ୍ ରୋଗରେ ପୀଡିତ, ଘର ତାଙ୍କର ଯମୁନାକୋଟ । ସୁଶାନ୍ତର ହାପି ର ମଉସୀ ଟିକିକୁ ବିବାହ ପରେ ନିଜ ସଡୁ କାହ୍ନୁ ଓ ଦେଢ ଶାଶୁ ଅହଲ୍ୟାଙ୍କୁ ଆଣି ନିଜ ଘର ପାଖରେ ରଖାଇଥିଲେ। କାହ୍ନୁ ପାରାଲିସିସ୍ ହେବାରୁ ଉଭୟରେ ପରିବାରକୁ ସୁଶାନ୍ତ ସହଯୋଗ କରୁଥିଲେ। ହାପି ବୟସ ବଢିବ ସହ ରୋଜଗାର କ୍ଷମ ହେବାରୁ ସୁଶାନ୍ତ ପୂର୍ବରୁ ଦେଇଥିବା ଅର୍ଥ ମାଗନ୍ତେ ହୋଇଛି ଝଗଡ଼ା। ଏହି ଝଗଡ଼ା ନୂଆ ନୂହେଁ। ଏଥିରେ ସହଯୋଗ କରିଥିଲେ ହାପିର ଷ୍ଟିଲ ଦୋକାନ ମାଲିକ ଅଶୋକ ସାହୁ ଓ ସଂଜୀବ ସାହୁ । ଶୁକ୍ରବାର ସନ୍ଧ୍ୟାରେ ଦୋକାନ ସମ୍ମୁଖରେ ଘଟିଛି ଏଭଳି କାଣ୍ଡ। ୨ ଦୋକାନୀ ମଧ୍ଯ ପୂର୍ବରୁ ସୁଶାନ୍ତଙ୍କୁ ଧମକ ଦେଇଥିବାର ମୃତ ସୁଶାନ୍ତର ଭାଇ ସୁବାଷ ଗଣମାଧ୍ୟମ କୁ ଜଣାଇଛନ୍ତି। ଅନ୍ୟ ପକ୍ଷରେ ଅନୈତିକ ସଂପର୍କକୁ ନେଇ ମଉସା ପୁତୁରା କଳି ଆଗରୁ ଥିଲା। ମଦ୍ୟପାନ କରି ଦୋକାନ ସମୁଖରେ ସୁଶାନ୍ତ ଗାଳି ଗୁଲଜ କରିବାରୁ ହାପି ଘଉଡାଇବା ପାଇଁ ପିଟିଥିଲେ। ହେଲେ ଅଜାଗା ରେ ବାଜିବାରୁ ମୃତ ହୋଇଛି ବୋଲି ଅସମର୍ଥତ ସୂତ୍ରରୁ ଜଣାପଡିଛି । ରବିବାର ଭୁବନ ପୋଲିସ ଢେଙ୍କାନାଳ ଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ ଗୃହ ଠାରେ ତଦନ୍ତ କରିଛନ୍ତି। ଦୋଷୀକୁ ଉପଯୁକ୍ତ ଦଣ୍ତ ଦେବାପାଇଁ ବଡଭାଇ ସୁବାଶ ସେଠୀ ଦାବି କରିଛନ୍ତି । ସଂଜୀବ ସାହୁ ଘଟଣା ଦିନ ସମ୍ବଲପୁର ରେ ଥିବା ଜଣାଇଛନ୍ତି