ପୁନର୍ବାର ପ୍ରସାରଣ ହେବ ରାମାନନ୍ଦ ସାଗରଙ୍କ ‘ ରାମାୟଣ’

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ସରକାର। ଏପରି ସ୍ଥିତିରେ ଲୋକମାନେ ଘରେ ସମୟ ବିତାଉଛନ୍ତି। ଘରେ ରହୁଥିବା ଲୋକଙ୍କ ପାଇଁ ପୁନର୍ବାର ରାମାୟଣ ପ୍ରସାରଣ କରାଯିବା ନେଇ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଏହି ଘୋଷଣା କରି କହିଛନ୍ତି ଯେ, ପୁନର୍ବାର ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପ୍ରଦର୍ଶନ କରାଯିବ।
ପ୍ରକାଶ ଜାଭେଡ୍‌କର୍‌ ଟୁଇଟ୍‌ କରି କହିଛନ୍ତି ଯେ, ଲୋକଙ୍କ ଅନୁରୋଧକ୍ରମେ ମାର୍ଚ୍ଚ ୨୮ତାରିଖରେ ‘ରାମାୟଣ’ର ପୁନଃ ପ୍ରସାରଣ ଡିଡି୍‌ ନ୍ୟାସନାଲ୍‌ ଚ୍ୟାନେଲ୍‌ରେ କରାଯିବ। ଏହି ପୌରାଣିକ ଧାରାବାହିକର ପ୍ରଥମ ଭାଗ ସକାଳ ୯ ଟା ବେଳେ ଓ ଦ୍ବିତୀୟ ଭାଗ ରାତ୍ରି ୯ଟାବେଳେ ପ୍ରସାରଣ କରାଯିବ।
ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଆଜି ବି ଲୋକପ୍ରିୟ। ଏହି ଧାରାବାହିକରେ ଅଭିନୟ କରିଥିବା ଅଭିନେତା ଅରୁଣ୍‌ ଗୋଭିଲ୍‌, ଦୀପିକା ଚିଖିଲିଆ, ସୁନୀଲ୍‌ ଲହରୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କେନ୍ଦ୍ର ସରକାରଙ୍କ ୨୧ ଦିନିଆ ଲକ୍‌ ଡାଉନ୍‌ରେ ରାମାୟଣର ପୁନଃ ପ୍ରସାରଣ ଲୋକଙ୍କ ଚୁମ୍ବକ ପରି ଆକର୍ଷିତ କରି ଘରେ ବସାଇବାକୁ ବାଧ୍ୟ କରିବ ବୋଲି ଅନୁମାନ କରାଯାଉଛି। ଏହାକୁ ଦେଖି ଲୋକମାନେ ଖୁସି ହେବା ସହିତ ଘରୁ ବାହାରକୁ ଯିବେ ନାହିଁ ବୋଲି ଜଣାପଡୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ