ପୁନର୍ବାର ରିଲିଜ୍‌ ହେବ ଏହି ଦୁଇ ବଲିଉଡ ଫିଲ୍ମ

ମୁମ୍ବାଇ : କୋରୋନା ଭାଇରସ୍‌ କାରଣରୁ ବଲିଉଡ୍‌ ଇଣ୍ଡଷ୍ଟ୍ରି ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଦୁଇଟି ଫିଲ୍ମ ପୁନର୍ବାର ରିଲିଜ୍‌ ହେବାକୁ ଯାଉଛି । ନିକଟରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ବାଗୀ-୩ ଏବଂ ଅଙ୍ଗ୍ରେଜୀ ମିଡିୟମ୍‌ ପୁନର୍ବାର ରିଲିଜ୍‌ ହେବ । ମାର୍ଚ୍ଚ ୬ରେ ବାଗୀ -୩ ରିଲିଜ୍‌ ହୋଇଥିବା ବେଳେ ମାର୍ଚ୍ଚ ୧୩ରେ ଅଙ୍ଗ୍ରେଜୀ ମିଡିୟମ୍‌ ରିଲିଜ୍‌ ହୋଇଥିଲା । ମାତ୍ର ଦେଶରେ କୋରୋନା ଭାଇରସ୍‌ର ପ୍ରଭାବ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ରାଜ୍ୟରେ ଥିଏଟର ବନ୍ଦ କରିବାର ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ସିଧାସଳଖ ପ୍ରଭାବ ଏହି ଫିଲ୍ମ ଉପରେ ପଡିଥିବା ବେଳେ ଫିଲ୍ମର ପ୍ରଯୋଜକ ଫିଲ୍ମ ଦୁଇଟିକୁ ପୁନର୍ବାର ରିଲିଜ୍‌ କରାଇବାର ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ