ପୁନର୍ବାସ ପକ୍ଷରୁ ସ୍ପିଚ ଥେରାପିର ଶୁଭାରମ୍ଭ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଭିନ୍ନକ୍ଷମଙ୍କ ସହାୟତା ଓ ପୁନଃ ପ୍ରତିଷ୍ଠା ପାଇଁ କାର୍ଯ୍ୟରତ ସ୍ୱେଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ସ୍ପିଚ ଥେରାପିର ଶୁଭାରମ୍ଭ କରାଯାଇଛି । ବିଶେଷ କରି ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ଶିଶୁ ଏବଂ ବାକ ଓ ଶ୍ରବଣ ଅକ୍ଷମତାରେ ପିଡିତ ଶିଶୁମାନଙ୍କୁ ଏହି ଥେରାପି ସେବା ବିନା ଦେୟରେ ଯୋଗାଇ ଦିଆଯିବ । କଟକର ଶ୍ରୀରାମଚନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ବାକ ଓ ଶ୍ରବଣ ବିଶେଷଜ୍ଞ ନାରାୟଣ ଚନ୍ଦ୍ର ବିଶ୍ୱାଳ ଏହି ଥେରାପି ସେବା ପ୍ରଦାନ କରିବେ । କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ପୁନର୍ବାସ ଫିଜିଓଥେରାପି ଚିକିତ୍ସା କେନ୍ଦ୍ର ରେ ଚଳିତମାସ ୭ତାରିଖ ଠାରୁ ଏହି ସେବା ଆରମ୍ଭ କରାଯାଇଛି । ବାକ ଓ ଶ୍ରବଣ ସମସ୍ୟା ଭୋଗ କରୁଥିବା ଶିଶୁଙ୍କ ପାଇଁ ଏହି ଥେରାପି ଉପାଦେୟ ସାବ୍ୟସ୍ତ ହେବ । ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୯ଟାରୁ  ୧୨ଟା ପର୍ଯ୍ୟନ୍ତ ଏହି ସେବା ପ୍ରଦାନ କରାଯିବ ବୋଲି ପୁନର୍ବାସ ପକ୍ଷରୁ ସମ୍ପାଦିକା ବନସ୍ମିତା ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ