ପୁନଶ୍ଚ ଦିଦି ପୁନଶ୍ଚ ବିଜେଡି

ବିପିନ ବିହାରୀ ମହାନ୍ତି
ପଶ୍ଚିମବଙ୍ଗର ଭବାନୀପୁର ଓ ଓଡ଼ିଶାର ପୁରୀ ଜିଲ୍ଲାର ପିପିଲି ଉପନିର୍ବାଚନର ଫଳାଫଳକୁ ଯେପରି ସାରା ଭାରତ ଅପେକ୍ଷା କରିଥିଲା । ଗତ ୩୦ ସେପ୍ଟେମ୍ବର ୨୦୨୧ରେ ଦୁଇଟି ଯାକ ସ୍ଥାନରେ ଉପନିର୍ବାଚନ କରାଯାଇଥିଲା ଏବଂ ୩ ଅକ୍ଟୋବର ୨୦୨୧ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଗଲା । ପଶ୍ଚିମବଙ୍ଗରେ ଭବାନୀପୁର ସହ ଜାଙ୍ଗିପୁର ଓ ସାମସରଗଞ୍ଜରେ ଉପନିର୍ବାଚନ ହୋଇଥିଲା ଏବଂ ତିନୋଟି ଯାକ ସ୍ଥାନରେ ତୃଣମୂଳ କଂଗ୍ରେସ ବାଜିମାତ୍ କରିନେଇଛି । ଭବାନୀପୁର ମମତାଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ଥିଲା । ତାଙ୍କୁ ନନ୍ଦୀଗ୍ରାମରେ ଷଡ଼ଯନ୍ତ୍ର କରି ନିଜେ କିପରି ବିଜେପି ହରାଇଥିଲା, ଏହା ସମସ୍ତେ ଜାଣନ୍ତି । ଜଣକୁ ପ୍ରଥମେ ବିଜୟୀ ବୋଲି ଘୋଷଣା କରି ପୁଣି ଘଣ୍ଟାକ ପରେ ପରାଜିତ ପ୍ରାର୍ଥୀ ଘୋଷଣା କରିବା ମଧ୍ୟରେ କଥାଟା କ’ଣ ଜଳ ଜଳ ଦେଖାଯାଉଛି । ଅବଶ୍ୟ ଏ ମାମଲା ଏବେ ବିଚାରାଳୟରେ ବିଚରାଧୀନ ବୋଲି ଆମେ ଶୁଣୁଛୁ । ଏଥର ମଧ୍ୟ ମମତାଙ୍କୁ ହରାଇବା ପାଇଁ ବିଜେପି ୮୦ ଜଣ କେନ୍ଦ୍ରର ବରିଷ୍ଠ ବ୍ୟକ୍ତିତ୍ୱ ଓ ମହାମାନ୍ୟ ମାନଙ୍କୁ ପଶ୍ଚିମବଙ୍ଗରେ ନିର୍ବାଚନ ମଇଦାନରେ ଓହ୍ଲାଇଥିଲା । ମାତ୍ର ନିଜେ ମମତା ସରକାରରେ ଥିବାରୁ, ବିଜେପିର କଳବଳ କୌଶଳ କାଟୁ କଲା ନାହିଁ । ଭବାନୀପୁରରେ ମମତା ନିଜ ସ୍ଥାନ ଖାଲି ମଜବୁତ କରିନାହାନ୍ତି ତ’, ନନ୍ଦିଗ୍ରାମ ଷଡ଼ଯନ୍ତ୍ରର ପ୍ରତିଶୋଧ ନେଇଛନ୍ତି ତଥା ୨୦୧୧ ନିର୍ବାଚନର ନିଜର ରେକର୍ଡକୁ ସେ ନିଜେ ଭଗ୍ନ କରିଛନ୍ତି ଏବଂ ବିଜେପିର ପ୍ରିୟଙ୍କା ତ୍ରିବ୍ରେୱାଲାଙ୍କୁ ୫୮ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି । ତଥାପି ହାସ୍ୟାସ୍ପଦ କଥା ଏହି ଯେ ପରାଜିତ ପ୍ରାର୍ଥୀ ପ୍ରିୟଙ୍କା ବାଜା ବଜାଇ କୁହନ୍ତି ଯେ ସେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ । ଏବେ ଟିଏମ୍‌ସି ଓ ଆପ୍ ତାଙ୍କର ବିସ୍ତାରବାଦୀ ନୀତି ଆପଣେଇଲେଣି । ବୋଧହୁଏ ମମତା ଆଗାମୀ ଦିନରେ କେନ୍ଦ୍ରରେ ମୁଖ୍ୟମଙ୍ଗ ଧରିପାରନ୍ତି । ଓଡ଼ିଶାରେ ବିଜେପିର କ୍ରମାଗତ ଭାବେ ୬ଟି ଉପନିର୍ବାଚନରେ ଦାରୁଣ ପରାଜୟ ଘଟିଲାଣି । ତଥାପି ସେ ନିଜକୁ ସମୀକ୍ଷା କରିପାରୁନାହାନ୍ତି ଯେ, କାହିଁକି ବିଜେପି ହାରୁଛି । ବାପ୍ ସେ ବେଟା ଜ୍ୟାଦା ହୋନା ଚାହିଏ ନ୍ୟାୟରେ ରୁଦ୍ର ମହାରଥୀ ବାପାଙ୍କୁ ବଳାଇ ତାଙ୍କଠାରୁ ଦୁଇଗୁଣ ଅଧିକ ଭୋଟ୍‌ରେ ବିଜେପି ପ୍ରାର୍ଥୀ ଆର୍ଶିତ ପଟ୍ଟନାୟକଙ୍କୁ ହରାଇଛନ୍ତି । ସେ ତାଙ୍କୁ ୨୦ହଜାର ୯୧୬ ଖଣ୍ଡ ଭୋଟ୍‌ରେ ପରାଜିତ କରିଛନ୍ତି । ଅଥଚ ଶ୍ରୀ ପଟ୍ଟନାୟକଙ୍କ ପାଇଁ କେନ୍ଦ୍ରୀୟ ଦଳ ଠୁ ଆରମ୍ଭ କରି ରାଜ୍ୟବଳ ପ୍ରଚାରରେ ନୟାନ୍ତ ହୋଇ ସବୁ ଫୁସ୍ ହୋଇଗଲା । ବାସ୍ତବିକ ପିପିଲି ଗଡ଼ ଭାଙ୍ଗିବା ଏତେ ସହଜସାଧ୍ୟ ନୁହେଁ । ୨୦୦୦ ମସିହା ଠାରୁ ଏଯାବତ୍ ପିପିଲି ବିଜେଡ଼ି କବ୍‌ଜାରେ ଅଛି । ଗତ ୩ଟି ଉପନିର୍ବାଚନରେ କଂଗ୍ରେସ ଦୁଇଟିରେ ଅମାନତ ହରାଇଛି । ଏବେ ଖାଲି ଓଡ଼ିଶା ନୁହେଁ ଭାରତର ବିଭିନ୍ନ ଜାଗାରେ ତାର ମୁର୍ଦ୍ଦାବାଦ ଘଟୁଛି । ଓଡ଼ିଶାର ରାଜ୍ୟ ନେତୃତ୍ୱକୁ କିଏ ଦୋଷ ଦେଲା ବେଳେ, ଅନ୍ୟମାନେ ସୋନିଆ ଗାନ୍ଧି, ପୁତ୍ର ରାହୁଳ ଗାନ୍ଧି ଓ କନ୍ୟା ପ୍ରିୟଙ୍କା ଭଦ୍ରାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କଲେଣି । ଏହା ମଧ୍ୟ ଏକ ସାର୍ବଜନୀନ ଉପଲବ୍ଧ ସତ୍ୟ ଯେ ଏମାନେ ଗାଦି ନଛାଡ଼ିଲା ଯାଏଁ, କଂଗ୍ରେସର ପୁନଃଜାଗରଣ ସମ୍ଭବ ନୁହେଁ । ଏମିତି କି ମୋଦିଙ୍କ ଭାଷାରେ କଂଗ୍ରେସ ମୁକ୍ତ ଭାରତ ବି ହୋଇପାରେ । ଅନ୍ୟପକ୍ଷରେ ସ୍ୱୟଂ ମୋଦି ଓ ଅମିତ ଶାହା ଯେତେ କଳବଳ କୌଶଳ ପ୍ରୟୋଗ କଲେ ବି ନବୀନ ଓ ମମତାଙ୍କୁ ହରାଇପାରିବେ ନାହିଁ । ଏହା ସେମାନଙ୍କ ପାଇଁ ଗତ ନିର୍ବାଚନଗୁଡିକରୁ ପରିକ୍ଷୀତ ସତ୍ୟ ହୋଇସାରିଛି ।
ଅଧ୍ୟକ୍ଷ,

ଓଡ଼ିଶା ଭାଷା ସଂରକ୍ଷଣ ଗବେଷଣା ପ୍ରତିଷ୍ଠାନ : ବିପିନ ବିହାରୀ ପାଠାଗାର,
ବିକାଶନଗର, ଜଟଣୀ,ଖୋର୍ଦ୍ଧା, ମୋ-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ