ପୁନୀତ ଡାଲମିଆ, ପରିଚାଳନା ନିର୍ଦ୍ଦେଶକ, ଡାଲମିଆ ଭାରତ ଗ୍ରୁପ
ଆଜିର କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ସରକାରଙ୍କ ପ୍ରତିଶୃତିବଦ୍ଧତା ର ସନ୍ଦେସ ଦେଉଛି । ଏହା ସରକାରଙ୍କ ସମ୍ବେଦନଶୀଳତା ଓ ଅର୍ଥନୈତିକ ପୁନରୁଦ୍ଧାର ପାଇଁ କର୍ପୋରେଟ ସେକ୍ଟର ଉପରେ ରହିଥିବା ଦୃଢ ବିଶ୍ୱାସକୁ ଦର୍ଶାଉଛି । ଏହା ଭାରତୀୟ ଉଦ୍ୟୋଗ ଜଗତର କ୍ଷମତା ବୃଦ୍ଧି କରିବା ସହିତ ନୂତନ ନିବେଶ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରି ନିଯୁକ୍ତି ସୃଷ୍ଟିରେ ସକରାତ୍ମକ ପ୍ରଭାବ ପକାଇବ । ଏହା ଏକ ଦୃଢ ପଦକ୍ଷେପ ଏବଂ ଏହା ଦେଶର ଅର୍ଥନୈତିକ ମାନସିକତା ବୃଦ୍ଧି କରିବାରେ ସହାୟକ ହେବ ।