ପୁରାତନ ଶ୍ୟାମସୁନ୍ଦରପୁର ମହାନ୍ତିସାହି ଦୋଳ ମେଲଣ ଉଦଯାପିତ

କେନ୍ଦ୍ରାପଡ଼ା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରାପଡା ସହର ଉପକଣ୍ଠସ୍ଥିତ ଶ୍ୟାମସୁନ୍ଦରପୁର ଗ୍ରାମର ମହାନ୍ତିସାହିର ଦୋଳ ମେଲଣ ଉଦଯାପିତ ହୋଇଯାଇଛି । ଜିଲ୍ଲାର ବହୁ ପୁରାତନ ମେଲଣ ମଧ୍ୟରୁ ମହାନ୍ତି ସାହି ମେଲଣ ପ୍ରାୟ ୨ଶହ ବର୍ଷ ପୂର୍ବେ ପୂର୍ବଜମାନେ ଆରମ୍ଭ କରିଥିଲେ । ମେଲଣକୁ ବିଭିନ୍ନ ଅଚଂଳରୁ ୯ଟି ସୁସଜ୍ଜିତ ବିଭାନ ବାଜାବାଣ ରୋଷଣୀ କରି ମଧ୍ୟାହ୍ନରେ ମହାନ୍ତିସାହିରେ ପହଁଚିଥିଲେ । ଥାନପତି ଶ୍ରୀଦଧିବାବନଜୀଉ ପ୍ରଥମେ ପହଁଚି ଆସ୍ଥାନ ଗ୍ରହଣ କରିବା ପରେ ଅନ୍ୟମାନେ ପହଁଚିଥିଲେ । ଏହାପରେ ଭଜନ ସମାରୋହ ଅନୁଷ୍ଠିତ ହୋଇ ବିଭାନମାନଙ୍କ ପାଖରେ ଭୋଗ ଲାଗି ହୋଇଥିଲା । ଏହାପରେ ଶ୍ରୀଜୀଉମାନେ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାହିର ମୁରବୀ ରମେଶ ଚନ୍ଦ୍ର ମହାନ୍ତି, ଅବନି କୁମାର ମହାନ୍ତି,ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାନ୍ତି, ବଞ୍ଜକିଶୋର ମହାନ୍ତି, କୁଞ୍ଜବିହାରି ମହାନ୍ତି, ଜୟନ୍ତ ମହାନ୍ତି, ଅନୁପ ମହାନ୍ତି(ବାଦଲ), ପ୍ରଣବ କୁମାର ମହାନ୍ତି, ରେବନ୍ତ ମହାନ୍ତି, ରଜତ ମହାନ୍ତି, ଉତ୍କଳରଞ୍ଜନ ମହାନ୍ତି, ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ବାହାରେ ରହୁଥିବା ସାହିର ସମସ୍ତ ପରିବାର, ବନ୍ଧୁବାନ୍ଧବ ଏବଂ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଖପାଖ ଅଞ୍ଚଳର ବହୁ ଲୋକ ମଧ୍ୟ ଉପସ୍ଥିତ ହୋଇ ଜୀଉମାନଙ୍କୁ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ