ନାଉଗାଁ ବ୍ଳକର ୭ଟି ପରିକ୍ଷା କେନ୍ଦ୍ରରେ ୧୧୩୨ ଜଣ ମାଟ୍ରିକ ପରିକ୍ଷାର୍ଥୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ନାଉଗାଁ ବ୍ଳକର ୭ଟି ପରୀକ୍ଷା କେନ୍ଦ୍ରରେ ୧୧୩୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୯ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୮୫ଜଣ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ୧୫୭ଜଣ, ଆର୍ତତ୍ରାଣ ବିଦ୍ୟାପୀଠ ଗଜରାଜପୁରରେ ୧୪୧ଜଣ, ଗୋପବନ୍ଧୁ ସ୍ମାରକୀ ନୋଡାଲ ସରକାରୀ ବିଦ୍ୟାଳୟ ତିରୁଣାରେ ୧୭୪ଜଣ, ରୋହିଆ ଉଚ୍ଚ ବିଦ୍ୟାଳୟରେ ୧୨୧ଜଣ, କଂଟୁଣିଆହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ନୋଡାଲ କେନ୍ଦ୍ରର ଇନଚାର୍ଜ ସନ୍ତୋଷୀ ସେଠୀ ସୂଚନା ପ୍ରଦାନ କରିଛନ୍ତି । ପରିକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ବିତରଣ କରାଯିବା ପାଇଁ ଦୁଇଟି ଡେସ୍ପାଚ ଟିମ୍ ଗଠନ କରାଯାଇଛି । ସେହିପରି ପରୀକ୍ଷା କେନ୍ଦ୍ର ଗୁଡିକରେ ସୁଚାରୁ ରୂପେ ପରୀକ୍ଷା ପରିଚାଳନା କରାଯିବା ପାଇଁ ପ୍ରଥମ କରି ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଥିବା ଜଣାଯାଇଛି ।


