ପୁରୀ ଗଣଦୁଷ୍ମର୍ମ ଘଟଣାରେ ମୁଖ୍ୟଅଭିଯୁକ୍ତ ଗିରଫ
ପୁରୀ – ପୁରୀ ରେ ଘଟିଥିବା ଗଣଦୁଷ୍ମର୍ମ ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା ସୋମବାର ଏହି ଘଟଣାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ରଂଜିତ ପରିଡ଼ା ଏବଂ ସୌମ୍ୟା ଶେଫାଳିକା ପରିଡ଼ା ଙ୍କୁ ପୁଲିସ ଗିରଫ କରିଥିବା କହିଛନ୍ତି ପୁରୀ ଏସ୍.ପି ଉମାଶଙ୍କର ଦାଶ । ସେ ଏକ ସମ୍ବାଦିକ ସମ୍ମିଳନୀର ପୁରା ଘଟଣା ଉପରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି । ତାଙ୍କ କହିବାକଥା ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ,ଏମାନେ ଦୁହେଁ ପୀଡ଼ିତାଙ୍କୁ ଭୁବନେଶ୍ବରରୁ ପୁରୀ କୁ ଆଣିଥିଲେ । ସୂଚନାଯୋଗ୍ୟ ଗତକାଲି ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିଲା ।