ପୁରୀ ଗଣବଳତ୍କାର ମାମଲା , ଚତୁର୍ଥ ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ପୋଲିସକୁ ମିଳିଛି ସଫଳତା । ଗତ କିଛି ଦିନ ତଳେ ପୁଲିସ କ୍ୱାର୍ଟସରେ କନେଷ୍ଟବଳ ସହିତ ୩ ଜଣ ବ୍ୟକ୍ତି ବଳପୂର୍ବକ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ବେଳେ କନେଷ୍ଟବଳ ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ରବିବାର ରାୟଗଡା ସ୍ଥିତ ନାଗାବଳି ନଦୀ ନିକଟରୁ ଚତୁର୍ଥ ଅଭିଯୁକ୍ତକୁ
କାବୁ କରିଛି ପୁରୀ ପୋଲିସ । ସୂଚନାଯୋଗ୍ୟ ଯେ ଯୁବତୀ ଜଣକ ଭୂବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସୋମବାର ଘରକୁ ଯିବା ନିମନ୍ତେ ନିମାପଡାରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ଗ୍ରାମକୁ ଯିବା ନିମନ୍ତେ ଅପେକ୍ଷା କରିଥିବା ବେଳେ ଜିତେନ୍ଦ୍ର ଯୁବତୀ ନିକଟରେ ପହଞ୍ଚି ଘରେ ଛାଡି ଦେବାକୁ ପ୍ରତିଶ୍ରୃତି ଦେଇ କାକଟପୁର ପରିବର୍ତ୍ତେ ପୁରୀ ନେଇଯାଇଥିଲେ । ଗାଡିରେ କନେଷ୍ଟବଳ ସମେତ ୩ ଜଣ ରହିଥିଲେ ବୋଲି ପିଡିତା ଅଭିଯୋଗ କରିଥିଲେ । କନେଷ୍ଟବଳ ସମେତେ ୩ ଜଣ ଅଭିଯୁକ୍ତ ବୋଲି ପିଡିତା ବୟାନ ରଖି୍‌ôଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ