ପୁରୁଣା ଭଙ୍ଗାଘରେ ଚାଲିଛି ବଳଭଦ୍ରପୁର ସ୍କୁଲ, ବିପଦରେ ଛାତ୍ର ଛାତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଳଭଦ୍ରପୁର ଗ୍ରାମରେ ଥିବା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୫ଟି ଶ୍ରେଣୀ ପାଇଁ ୨ଟି ଶ୍ରେଣୀ ଗୃହ ଥିବାବେଳେ ୨୦ ବର୍ଷ ତଳେ ନିର୍ମିତ ହେଇଥିବା ଶ୍ରେଣୀଗୃହ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଛାତରୁ ପାଣି ଗଳୁଥିବା ବେଳେ କେତେକ ସ୍ଥାନରେ ସିମେଟ ପ୍ଲାଷ୍ଟର ସବୁ ଖସିରଡ଼ ଦେଖାଗଲାଣି। ସେହିପରି ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟିହେବା ସହ ଝରକା କବାଟ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଏହି ଗାଁ କୁ ସରକାର ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଥିବା ବେଳେ ଗାଁ ମୁଣ୍ଡରେ ଥିବା ସ୍କୁଲର ଏପରି ଶୋଚ଼ନୀୟ ଅବସ୍ଥା ଆଦର୍ଶ ନାମକୁ ଉପହାସ କରୁଛି ବୋଲି ଗ୍ରାମର ପ୍ୟାରୀ ମୋହନ ମଲ୍ଲିକ, ପ୍ରଫୁଲ ଯେନା, ଉମାକାନ୍ତ ଯେନା, ଦୀନବନ୍ଧୁ ପଣ୍ଡା, ଅଜୟ ଯେନା, ଅଲେଖ ଯେନା, କୈଳାଶ ଯେନା, ଚୈତନ ଯେନା, ଦାମୋଦର ଯେନା, ଗୋପାଳ ଯେନା, ଲିଟୁରାମ ଯେନା, ରୁଦ୍ରନାରାୟଣ ଯେନା, କାଳନ୍ଦୀ ଯେନା, ସମିର ଯେନା ପ୍ରମୁଖ ଅଭିଯୋଗ କରିଛନ୍ତି। ହାଟଡିହି ବ୍ଲକର ବିଡିଓ ଏବଂ ବ୍ଲକ ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।