ପୁର୍ବତନ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, : ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ଚଣ୍ଡିମାତା ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପକ୍ଷରୁ ପୁର୍ବତନ ପ୍ରଧାନ ଶିକ୍ଷକ ବିନୋଦ କୁମାର ରାଉତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସକାଳେ ଶହଶହ ପୁରତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷକ ବିନୋଦ ରାଉତଙ୍କୁ ତାଙ୍କ ଘର ଓରାଳିରୁ ଏକ ବିରାଟ ପଟୁଆରରେ ତାମ୍ପଳା ଗାଁ ନିକଟକୁ ନିଆଯିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ପିତାମ୍ବର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଦ୍ୟାଳୟ ମହାସଂଘର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ‘ପ୍ରୀୟପତ୍ର’ର ସମ୍ପାଦକ ବିପିନି ଚରଣ ଦଳାଇ, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରଥ କୁମାର ସାହୁ, ଅଲଓଷ୍ଟାର କଟକର ଉପଦ୍ଦେଷ୍ଟା ସଚି ପରିଡା, କଳିଗାଁ ପଞ୍ଚାୟତର ସରପଞ୍ଚ ଅମରେନ୍ଦ୍ର ଧଳ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଅଲଓଷ୍ଟାର ଉପସଭାପତି ମନୋଜ ମହାପାତ୍ର, ସହସମ୍ପାଦକ ବିକ୍ରମ ଦାସ, ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ହାଟଡିହିର ସଭାପତି ହରମୋହନ ପଣ୍ଡା, କେନ୍ଦୁଝର ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ପ୍ରାଥମିକ ଶିକ୍ଷକ ସଂଘ ହାଟଡିହିର ସଭାପତି ଦେବାଶିଷ ବାରିକ, ଶିକ୍ଷୟତ୍ରୀ ତଥା ବିଶିଷ୍ଟ କବୟତ୍ରୀ ହାସ୍ୟମୟୀ ରାଜ ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ବିନୋଦ କୁମାର ରାଉତଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି କାମନା କରିଥିଲେ । ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଆଖପାଖ ବିଦ୍ୟାଳୟର ଶହଶହ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ