ବିନା ରୟାଲିଟିରେ ଚାଲିଛି ସରକାରୀ ଜମିରୁ ବେଆଇନ ମାଟି ଉଠାଣ

ନାଉଗାଁ, : ଘୋଡାଂଶ ପାଇକସାହିରୁ ଚକୁଳିପଡାକୁ ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ରେ ରାସ୍ତାର ସମାନ ପାଇଁ ଠିକାଦାରଙ୍କ ପକ୍ଷରୁ ମାଟି ପକାଯାଉଛି । କିନ୍ତୁ ସଂପୃକ୍ତ ଠିକାଦାର ବିନା ରୟାଲିଟରେ ସରକାରୀ ସ୍ଥାନରୁ ବେଆଇନ ଭାବେ ମାଟି ଖୋଳୁଥିବାକୁ ନେଇ ଅଭିଯୋଗ ହେଉଛି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନାଉଗାଁ ବ୍ଲକର ଘୋଡାଂଶ ପାଇକସାହିରୁ ଚକୁଳିପଡାକୁ ରାସ୍ତା ନିର୍ମାଣ କରାଯାଇଛି । ଉକ୍ତ ରାସ୍ତା ନିର୍ମାଣ ଆରମ୍ଭ ସମୟରେ ଦାୟିତ୍ୱରେ ଥିବା ଠିକାଦାର ସରକାରୀ ଜମିରୁ ମାଟି ଖୋଳି ରାସ୍ତାରେ ପକାଉଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ବିରୋଧ କରାଯାଇଥିଲା । ପରେ ସରକାରୀ ଧାର୍ଯ୍ୟ ଅନୁସାରେ ରୟାଲିଟି କାଟି ମାଟି ଆଣି ପକାଇ ରାସ୍ତା କାର୍ଯ୍ୟ କରାଯାଇଥିଲା । କିନ୍ତୁ ରାସ୍ତା କାର୍ଯ୍ୟ ସରିଥିବା ବେଳେ କଂକ୍ରିଟ ରାସ୍ତାର ଉଭୟ ପାଶ୍ୱର୍ରେ ସମାନ କରାଯାଇନଥିଲା । ଯାହାଫଳରେ ରାସ୍ତା ଫାଟିବା ଆରମ୍ଭ କରିଥିଲା । ଏହି ରାସ୍ତାର ପାଶ୍ୱର୍ରେ ମାଟି ପକାଇ ସମାନ କରିବା ପାଇଁ ସ୍ଥାନୀୟ ଲୋକ ନାଉଗାଁ ବ୍ଲକର ଯୁଗ୍ମ ଜନଶୁଣାଣି ଶିବିରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଯାହାକୁ ନେଇ ସଂପୃକ୍ତ ଠିକଦାରଙ୍କ ପକ୍ଷରୁ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ସମାନ ପାଇଁ ମାଟି ପକାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ମାଟି ସରକାରୀ ଜମିରୁ ଖୋଳା ହୋଇ ଆସୁଥିଲେ ମଧ୍ୟ ନାଉଗାଁ ତହସଲି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅନ୍ୟପଟରେ ଜାମୁଗାଁ ରାଜସ୍ୱ ନିରୀକ୍ଷକ ଏହା ଜାଣି ମଧ୍ୟ ଚୁପ ରହୁଛନ୍ତି । ଯାହାକି ରାଜସ୍ୱ ବିଭାଗର ଠିକାଦାରଙ୍କ ପ୍ରତି ସହାନୁଭୂତି ଥିବା ଅନୁମାନ କରାଯାଉଛି । ଏସଂର୍ପକରେ ଜାମୁଗାଁ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରୁ ଉକ୍ତ ରାସ୍ତାରୁ ମାଟି ଖସି ପଡିଥିବାରୁ ଠିକାଦାର ମାଟି ଆଣି ପକାଇ ସମାନ କରୁଥିବା କହିଥିଲେ । ସରକାରୀ ଜମିରୁ ମାଟି ଆଣିବା ପାଇଁ ରୟାଲିଟି କଟାଯାଇଛି କି ନାହିଁ ପଚାରିବାରୁ ଗାଡିକୁ ଜବତ କଲା ପରେ ରାୟାଲିଟ କଟାଯିବ ବୋଲି କହିଥିଲେ । ଯାହାକି ରାଜସ୍ୱ ନିରୀକ୍ଷକଙ୍କର ଠିକାଦାରଙ୍କ ସହିତ ସଲାସୁତରା ଥିବା ଅନୁମେୟ କରାଯାଉଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ