ପୁଲିସ୍ ସହିଦ୍ ପକ୍ଷ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପୁଲିସ୍ ସହିଦ୍ ପକ୍ଷ ପାଳନ ଅବସରରେ ଆଜି ଭଞ୍ଜନଗର ପୁଲିସ୍ ପକ୍ଷରୁ ଦେଶ ସେବାରେ ନିଜର ପ୍ରାଣବଳୀ ଦେଇଥିବା ବୀର ପୁଲିସ୍ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ପରିପ୍ରେକ୍ଷିରେ ଜିଲୁଣ୍ଡି ଗ୍ରାମର ସହିଦ୍ ସଞ୍ଜୟ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସମ୍ମାନ ପ୍ରଦାନ କରାଯାଇଥିଲା। ସହିଦ୍ ସଞ୍ଜୟ କୋରାପୁଟ ଜିଲ୍ଲାରେ ଏସ୍ଓଜି ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୦୧୦ ମସିହାରେ କୋରାପୁଟ ଜିଲ୍ଲାରେ ଘଟିଥିବା ଏକ ଲ୍ୟାଣ୍ଡ୍ ମାଇନ୍ ବିଷ୍ଫୋରଣରେ ପ୍ରାଣ ହରାଇଥିଲେ। ତେଣୁ ତାଙ୍କ ସ୍ମୁତିରେ ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସହିଦ୍ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ସହିଦ୍ ସଞ୍ଚୟଙ୍କ ବାପ ସାହେବ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ବାଉଁଶଲୁଣ୍ଡି ପଞ୍ଚାୟତ ଧୁଆଁଛାଇର ସହୀଦ ରଙ୍କନିଧି ପ୍ରଧାନ ଓ ବାଗ୍ଦେବୀ ରୋଡରେ ରହୁଥିବା ଗୋଲକ ନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର,ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସମେତ ସହୀଦଙ୍କ ପରିବାରବର୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ