ପୂଜକଙ୍କ ପରଲୋକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ଗ୍ରାମର ପଣ୍ଡିତ ଗର୍ନ୍ଧବ ତ୍ରିପାଠୀ(୭୦)ଙ୍କର ପରଲୋକ ଘଟିଛି । ତାଙ୍କର ମୃତ୍ୟୁରେ ଓଷକଣା ପଂଚାୟତରେ ଶୋକର ଛାୟା ଖେଳିଯାଇଛି । ସତ୍ୟନାରାୟଣ ପାଲା ଠାରୁ ଆରମ୍ଭ କରି ଗରିବ ବ୍ରାହ୍ମଣ ପରିବାରର ବ୍ରତ, ବିବାହ କାର୍ଯ୍ୟରେ ସେ ସର୍ବଦା କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ । ଓଷକଣା ଗ୍ରାମର ହନୁମାନ ପୂଜକ ଭାବେ ସେ ବେଶ ଜଣାଶୁଣାଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା, ଆୟକର ବିଭାଗର ଅଧିକାରୀ ଶରତ କୁମାର ଦାଶ, ମହମ୍ମଦ ସାମସୁଲ, ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ସ୍ୱାଇଁ, ବଛାଳୋ ସମିତି ସଭ୍ୟ ଚନ୍ଦନ କୁମାର ଲେଙ୍କା, ସାମାଜସେବୀ କ୍ରାନ୍ତିଶିଖା ପରିଡା, ଗୁରୁଚରଣ ବିଶ୍ୱାଳ, ନିରଂଜନ ସାହୁ ପ୍ରମୁଖ ଶୋକବ୍ୟକ୍ତ କରିଥିଲେ । ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁତ୍ର ବିଭୁତି ଭୂଷଣ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।