ପୂଜା ମହୋତ୍ସବ ଉଦଯାପିତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସ୍ଥିତ ଗୋବିନ୍ଦପୁର ଗ୍ରାମରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ୧୩୦ ତମ ସପ୍ତା ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଏହି ସପ୍ତ ଦିବସ ବ୍ୟାପୀ ପୂଜା ଓ ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଏହା ଛଡ଼ା ଓମ୍କାର ଭଜନ, ଅମୃତ ସମର୍ପଣ ଦୃଷ୍ଟିହୀନ ସଂଗଠନ ଦ୍ଵାରା ଭଜନ ପରିବେଷଣ, ବିଭିନ୍ନ କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ତେବେ ଉଦଯାପନୀ ଉତ୍ସବରେ ଭଦ୍ରକ ର ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ସଦସ୍ୟା ତଥା ଉପାଧ୍ଯକ୍ଷା ଟୁନିବାଳା ବିଶ୍ଵାଳ, ତହସିଲ ଦାର୍ ଦୀପକ କୁମାର ଦାସ, ଧୂଷୁରି ଥାନା ଅଧିକାରୀ ଶାନ୍ତନୁ କୁମାର ଜେନା, ସ୍ଥାନୀୟ ସରପଞ୍ଚ ସୁବାଷ ଚନ୍ଦ୍ର ମହାକୁଡ, ପୂର୍ବତନ ସମିତି ସଭ୍ୟ ଶ୍ରୀକାନ୍ତ ନାୟକ,ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ଧୂଷୁରି ପ୍ରେସ ୟୁନିଅନର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ସାମ୍ବାଦିକ ନିତ୍ୟାନନ୍ଦ ଜେନା, ସାମ୍ବାଦିକ ତ୍ରିଲୋଚନ ଦାସ, ଶିକ୍ଷାବିତ୍ ଦିଲ୍ଲୀପ କୁମାର ଦାସ, ଶିକ୍ଷାବିତ୍ ନିର୍ମଳ ସେଠୀ ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ସିଦ୍ଧି ଲାଭ ନିମନ୍ତେ ପ୍ରାର୍ଥନା କରିଥିଲେ। ପ୍ରଭୁଙ୍କ ଭାଗବତକୁ ସାତ ଦିନ ଧରି ପାଠ କରି ସରସ, ସୁନ୍ଦର, ଭାଷାରେ ପୂଜକ ସୁଶାନ୍ତ ପଣ୍ଡା, ବିଶ୍ଵନାଥ ପଣ୍ଡା ଶ୍ରୋତାମାନଙ୍କର ଚିତ୍ତ ଶୁଦ୍ଧି କରିଥିଲେ । କର୍ତ୍ତା ରୂପେ ନିତ୍ୟାନନ୍ଦ ପତି ତାଙ୍କର ବୈଦିକ ରୀତିନୀତି ଅନୁଯାୟୀ ସମସ୍ତ ପ୍ରକାରକାର୍ଯ୍ୟ କରିବା ସହିତ ପୂର୍ଣ୍ଣ ଆହୁତି ପ୍ରଦାନ କରିଥିଲେ । ପାର୍ବତୀ ପତି, ମଉଡମଣି ପତି, ବାସନ୍ତୀ ଲତା ଦାସ, କାଶୀନାଥ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ।ମହୋତ୍ସବ କମିଟିର ମୁଖ୍ୟ ପରିଚାଳକ ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଫକୀର ମୋହନ ଜେନା, ସାମ୍ବାଦିକ ସନ୍ତୋଷ ଦାସ, ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନାରାୟଣ ଚନ୍ଦ୍ର ପତି, ଶ୍ୟାମ ସୁନ୍ଦର ସେଠୀ, ରାକେଶ ପତି ବୃନ୍ଦାବନ ସେଠୀ, ରବୀନ୍ଦ୍ର ଜେନା, ନିରାକାର ଜେନା, ବିଦ୍ୟାଧର ଦାସ, ମାଧବାନନ୍ଦ ସେଠୀ, ଅନିଲ ଜେନା, ଧନେଶ୍ଵର ସେଠୀ, ନିରାକାର ଜେନା ପ୍ରମୁଖ ଓ ସପ୍ତା କମିଟି ର ସମସ୍ତ କର୍ମକର୍ତ୍ତା ଏହି ସପ୍ତ ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଦଯାପନୀ ଦିବସ ଅବସରରେ ବହୁ ଶ୍ରଦ୍ଧାଳୁ ପ୍ରସାଦ ସେବନରେ ନିଜକୁ ସାମିଲ କରି କୃତାର୍ଥ ହୋଇଥିଲେ ।