ପୂଜା ସମୟରେ ମୂର୍ତ୍ତିରୁ ବାହାରେ ଝାଳ
ଭାରତର କେତେକ ଦୈବପୀଠରେ ଏମିତି କିଛି ବିଚିତ୍ର ଘଟଣା ମାନ ଘଟିଥାଏ, ଯାହାର ପ୍ରକୃତ କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜିପାଇପାରନ୍ତିନାହିଁ । ଏମିତି ବିଚିତ୍ର ଘଟଣା ଦେଖିବାକୁ ମିଳେ ମଧ୍ୟପ୍ରଦେଶର ଜବଲପୁରରେ ଥିବା ମାତା କାଳୀ ମନ୍ଦିରରେ । ଏଠାରେ ଗରମ ହେଲେ କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିଥାଏ । ଏଥିପାଇଁ ମନ୍ଦିରର ଖ୍ୟାତି ରହିଛି । ପ୍ରାୟ ୬ ଶହ ବର୍ଷ ପୂର୍ବେ ଗୋଣ୍ଡୱାନା ରାଜାଙ୍କ ସମୟରେ ମାତାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି । କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିବାର କାରଣ ଖୋଜିବାକୁ ଅନେକ ଗବେଷକ ଚେଷ୍ଟା କରିଛନ୍ତି । ମାତ୍ର ଏହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁୟ ଫଳରେ ଏବେ ମଧ୍ୟ ମନ୍ଦିରର ଏହି ରହସ୍ୟ ଭେଦ ହୋଇପାରିନାହିଁ ।