ପୂରଣ ହେବ ୧୧,୪୫୦ ଶିକ୍ଷକ ପଦବୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ୧୧ ହଜାର ୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିସବୁ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି । ଏଥି ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ ଏବଂ ୧୨୬୦ ଶାରୀରିକ ଶିକ୍ଷା ତାଲିମ ଶିକ୍ଷକ ପଦବୀ ପୂରଣ ହେବ । ଏହି ୪୬୧୯ଟି ଶିକ୍ଷକ ପଦବୀ ପୂର ଣ ପାଇଁ ଚଳିତ ଅଗଷ୍ଟ ୨୩ ତାରିଖରେ ବିଜ୍ଞାପନ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ୬୦୬୫ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ଏବଂ ତେଲୁଗୁ ଶିକ୍ଷକ ଓ ତୃତୀୟ ପର୍ଯ୍ୟାୟରେ ୯୪୦ଟି ନୂତନ ଭାବେ ସୃଷ୍ଟି ହୋଇଥିବା ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି), କ୍ଲାସିକାଲ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ