ପୂର୍ତ ବିଭାଗର ସ୍ୱଚ୍ଛତା ହିଁ ସେବା ଅଭିଯାନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଜଗତସିଂହପୁର ପୂର୍ତ ବିଭାଗ ବିଭାଜନ ପକ୍ଷରୁ ଆଜି ବାଲିଭଉଁରୀ ଠାରୁ ଶିଖର ଘାଟ ପର୍ଯ୍ୟନ୍ତ ସଫେଇ କରାଯାଇଛି । ସ୍ୱଚ୍ଛତା ହିଁ ସେବା ଅଭିଯାନ ମାଧ୍ୟମରେ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ପୁନଃ ବିନିଯୋଗ ସଂର୍ପକରେ ନାଉଗାଁବାସୀଙ୍କୁ ସଚେତନ କରାଯାଇଛି । ବାଲିଭଉଁରୀ ଛକରୁ ପୂର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ମନ୍ତୋଷ କୁମାର ମହାପାତ୍ର ଓ ସହକାରୀ ଯନ୍ତ୍ରୀ ଇଂ ରମେଶ ମିଶ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀମାନେ ହାତରେ ଗ୍ଲୋବସ ପିନ୍ଧି ବାଲିଭଉଁରୀ ଛକ ଓ ଗାଁ, ଶିଙ୍ଗିପୁର ଛକ, ଅଲଣାହାଟ, ମୁଣ୍ଡାଳୋ ବଜାର, ପେଟ୍ରୋଲପମ୍ପ, ନାଉଗାଁ ବ୍ଲକଛକ,ନାଉଗାଁ ବଜାର ଓ ବସଷ୍ଟାଣ୍ଡ, ସାରେଇକୁଳ ଗାଁ ଆଦିରେ ପଡିଥିବା ସମସ୍ତ ପ୍ଲାଷ୍ଟିକ ଓ ପଲିଥିନକୁ ଗୋଟାଇ ଏକ ଗାଡି ଯୋଗେ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲିକୁଦା ପୂର୍ତ ଅନୁବିଭାଗର କର୍ମଚାରୀ ସର୍ବଶ୍ରୀ କପିଳେନ୍ଦ୍ର ମାହୀର,ପ୍ରତାପ ଚନ୍ଦ୍ର ସାହୁ, ଶଶାଙ୍କ ରଂଜନ ବାରିକ, ରବିନ୍ଦ୍ରନାଥ ରାଉତ, ଚନ୍ଦନ କୁମାର ମହାରଣା,ବାସୁଦେବ ଦାସ, ଜଗନ୍ନାଥ ଦାଶ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ