ପୂର୍ବତନ କାଉନସିଲରଙ୍କ ଦେହାନ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳର ପୂର୍ଵତନ କାଉନସିଲର ପ୍ରଦିପ କୁମାର ମହାଙ୍କୁଡ(୪୮)ଙ୍କ ସୋମବାର ସଂନ୍ଧ୍ୟାରେ ନିଜ ବାସଭବନରେ ଦେହାନ୍ତ ଘଟିଛି । ସେ ସ୍ଥାନୀୟ ଅଞ୍ଚଳର କଂଗେସ ବିରୋଧୀ ସଂଗଠକ ଭାବେ ଜଣାଶୁଣା ଥିଲେ । ଏଥି ସହ ୨୦୦୩ ମସିହାରେ ସ୍ଥାନୀୟ ପୌରାଞ୍ଚଳର ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।କଳିଙ୍ଗର ବରପୁତ୍ର ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଦୃଢ ସମର୍ଥକ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଦୀର୍ଘଦିନ ହେବ ଶାରିରୀକ ଅସୁସ୍ଥତା କାରଣରୁ ବିଶାଖାପାଟଣା ର ଏକ ଘରୋଇ ମେଡିକଲରେ ଚିକିତ୍ସିତ ପରେ ଘରକୁ ଫେରି ଥିଲେ। ହିଞ୍ଜିଳିକାଟୁ ନିଜ ବାସଭବନରେ ସୋମବାର ସଂନ୍ଧ୍ଯାରେ ରେ ମହାଙ୍କୁଡଙ୍କ ଦେହାନ୍ତ ହୋଇଛି। ପରେ ବହୁ ଜନପ୍ରତିନିଧି, ବୁଦ୍ଧିଜୀବି ସ୍ୱର୍ଗତ ମହାଙ୍କୁଡଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କରି ନିଧନରେ ବିଜେଡ଼ିର ଅପୁରଣୀୟ କ୍ଷତି ସାଧନ ହେବା ସହ ଦଳୀୟ କର୍ମୀ ଓ ସଂଗଠକ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ