ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ଚରଣ ସେଠୀଙ୍କ ବିୟୋଗରେ ଶୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶାର ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଭଦ୍ରକ ମାଟିର ଗୌରବ ତଥା ଅଦ୍ୱିତୀୟ ସମାଜସେବକ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ବିୟୋଗରେ ସମଗ୍ର ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେହି ଦିବଂଗତ ଆତ୍ମାଙ୍କ ସଦ୍ଗତି ନିମନ୍ତେ ଆଜି ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀଙ୍କ ସମେତ ଶିକ୍ଷକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, ପଞ୍ଚାୟତବାସୀ, ଅଶା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ । ଲୋକଶକ୍ତିର ସଂପାଦକ ରବିନ୍ଦ୍ର କୁମାର ରାୟ, ସିଏଫଡବ୍ଲ୍ୟୁଏସ୍ଡିର ସଂପାଦକ ଗୋପିନାଥ ଦାଶ, ଜଗଜ୍ୟୋତି ମହିଳା ମହାସଂଘର ସମସ୍ତ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ବିୟୋଗରେ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି ।


