ପୂର୍ବତନ କେସିଙ୍ଗା ନଗର କଂଗ୍ରେସ ସଭାପତି ସୁରେଶ ରାଓ ଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ପୂର୍ବତନ ନଗର କଂଗ୍ରେସ ସଭାପତି ସୁରେଶ ରାଓ ଙ୍କ ଉପରୁ ନିଲମ୍ବନ ଆଦେଶ ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କମିଟିର ସୁପାରିଶ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଚଳିତ ମାସ ୨୦ ତାରିଖରେ ପ୍ରତ୍ୟାହାର କରିନେଇଛନ୍ତି। ସୂଚନା ଅନୁଯାୟୀ ଗତ ୨ ବର୍ଷ ତଳେ ତା ୪.୧୨.୨୦୨୧ ଜି ନ୍ୟୁଜର ଏକ ନ୍ୟୁଜ କ୍ଲିପକୁ ନେଇ ଏକ ନକଲି ନ୍ୟୁଜ କୁ ସୋସିଆଲ ମିଡ଼ିଆରେ ପ୍ରସାରଣ ଅଭିଯୋଗ ଆଣି କଂଗ୍ରେସ ଦଳୀୟ ଶୃଙ୍ଖଳା ଭଙ୍ଗ ହୋଇଥିବା ଦର୍ଶାଇ ତାଙ୍କୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ଶୃଙ୍ଖଳା ଭଙ୍ଗ  କାର୍ଯ୍ୟକଳାପ ପାଇଁ ୫ ବର୍ଷ ପାଇଁ ନିଲମ୍ବନ କରିଥିଲେ। ଯାହାକୁ ଡ଼ିସେମ୍ବର ୨୦ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ସୁରେଶ ରାଓ ଙ୍କ ଉପରେ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ନିଲମ୍ବନ ଆଦେଶ ହଟିଯାଇଛି। ସୁରେଶ ରାଓ ୧୯୯୪  ମସିହାରେ କେସିଙ୍ଗା ମହାବିଦ୍ୟାଳୟ ର ସଭାପତି ହୋଇ ନିଜର ରାଜନୀତି ଜୀବନ ଅରମ୍ବ କରିଥିଲେ ସେ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଓ କେସିଙ୍ଗା ନଗର କଂଗ୍ରେସ ସଭାପତି ଭାବେ କଂଗ୍ରେସ ଦଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ୱରେ କେସିଙ୍ଗା ରେଳ ଅଣ୍ଡର ବ୍ରିଜ ପାଇଁ କେସିଙ୍ଗା ଅଞ୍ଚଳର ଲୋକେ ଏକତ୍ରିତ ହୋଇ ସରକାରଙ୍କ ଠାରେ ୨୪ ଦିନ ଲଢେ଼ଇ କରିଥିଲେ ଫଳ ସ୍ୱରୂପ କେସିଙ୍ଗା ସହରରେ ରାଜ୍ୟ ସରକାରଙ୍କ ୧୦ କୋଟି ଅନୁଦାନ ଦ୍ଵାରା ଏକ ବହୁମୁଖି ଅଣ୍ଡରବ୍ରିଜ ନିର୍ମାଣ ହୋଇଛି। ସୁରେଶ ରାଓଙ୍କ ଲଢୁଆ ମନୋବୃତି ପାଇଁ ଆଜି ଅନେକ ଚାଷୀ ,ଗରିବ ଓ ଶ୍ରମିକ ତାଙ୍କର ସମସ୍ୟା କୁ ନେଇ ଶ୍ରୀ ରାଓଙ୍କ ପାଖରେ ପହଞ୍ଚୁଛନ୍ତି। ଖାସକରି ଶ୍ରୀ ସୁରେଶ ରାଓଙ୍କ ଯୁବକ ମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ବେଳେ ତାଙ୍କୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଓ ନର୍ଲା ନିର୍ବାଚନ ମଣ୍ଡଳୀରେ ଯୁବ ସଙ୍ଗଠକ ଭାବରେ ସମସ୍ତେ ଜାଣନ୍ତି। କେସିଙ୍ଗା ଡାକ୍ତରଖାନାର ସମସ୍ୟା  , କେସିଙ୍ଗା କୋଣାର୍କ  ସୂତାକଳ ପୁନଃ ଉଦ୍ଧାର ଓ ମଣ୍ଡିରେ ଚାଷୀଙ୍କ କଟନୀ ଛଟନୀ ଓ ବିଭିନ୍ନ ସମସ୍ୟା ପାଇଁ ସବୁବେଳେ ରାଜ୍ୟ ସରକାରଙ୍କ ପାଖରେ ଲଢ଼ି ଆସୁଛନ୍ତି। ସୁରେଶ ରାଓ ଙ୍କ ଉପରୁ ନିଲମ୍ବନ ଆଦେଶ ହଟିବା ଖବର ପ୍ରସାରିତ ପରେ ଶ୍ରୀ ରାଓଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଛି। ଏବଂ ଆଗାମୀ ଦିନରେ ତାଙ୍କର ଲଢୁଆ ମନୋବୃତି ପାଇଁ କଂଗ୍ରେସ କୁ ଫାଇଦା ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି। ଏନେଇ ସୁରେଶ ରାଓଙ୍କୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ବିଷୟରେ ପଚାରିବାରୁ ସେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ,ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡା. ଅଜୟ କୁମାର ,ପ୍ରଦେଶ କଂଗ୍ରେସ କର୍ମକର୍ତ୍ତା , ଶୃଙ୍ଖଳା କମିଟିର ସଦସ୍ୟ ,ଜିଲ୍ଲା କଂଗ୍ରେସ, କେସିଙ୍ଗା କଂଗ୍ରେସ ଓ ତାଙ୍କର ଲଢୁଆ ସାଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏବଂ ଅଗାମି ଦିନରେ କଂଗ୍ରେସ ଦଳର ଜଣେ ନିଷ୍ଠାପର କର୍ମକର୍ତ୍ତା ଭାବେ କାର୍ଯ୍ୟ କରି କଂଗ୍ରେସ ଦଳକୁ ମଜବୁତ କରିବାପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ସୁରେଶ ରାଓ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ