ଭାରତ ବିକାଶ ଓ ସଙ୍କଳ୍ପ ରଥ କୁ ଦିଗପହଣ୍ଡି ରେ ସ୍ୱାଗତ ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭାରତ ବିକାଶ ସଙ୍କଳ୍ପ ରଥ କୁ ଦିଗପହଣ୍ଡି ଏନଏସି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶୁକ୍ରବାର ଏହି ସଙ୍କଳ୍ପ ରଥ ଦିଗପହଣ୍ଡିରେ ପହଞ୍ଚିଥିଲା।ଦିଗପହଣ୍ଡି ନଗରପାଳ,ପ୍ରଫୁଲ ପଣ୍ଡା, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢୀ ଙ୍କ ସମେତ ସମସ୍ତ କାଉନସିଲର ଓ ଏନଏସି କର୍ମଚାରୀ ଏହି ରଥକୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନେଇଥିଲେ।ସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ ସଫେଇ କର୍ମଚାରୀ ଓ ପ୍ରଥ ବିକ୍ରେତା ବ୍ୟବସାୟୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ଆଧାର କାର୍ଡ ସଂଶୋଧନ,ଋଣ ପ୍ରଦାନ ପ୍ରଦାନ,ଉଜ୍ୱଳା ଯୋଜନରୁ ଗ୍ୟାସ ସିଲିଣ୍ଡର ପ୍ରଦାନ ସମ୍ପର୍କିତ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ଏହି ବିକାଶ ଓ ସଙ୍କଳ୍ପ ଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ବକ୍ତାମାନେ ଆଲୋଚନା କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।


