ପୂର୍ବତନ ଥାନା ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମାନା ଆଦେଶ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ଚକାପାଦ ଥାନା ଅଧିକାରୀ ହରିବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମlନା ଅନାଦେୟ ଅଧିକା ୪ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ଶ୍ରୀ ପରିଡା ଚକାପାଦ ଥାନାରେ ଥିବାବେଳେ ଜଣଙ୍କର ମାମଲାର ରଫାଦଫା କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ନିର୍ଧାରିତ ପ୍ରକାରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ପରିଡାଙ୍କୁ ଗିରଫ କରିବାସହ ଲାଞ୍ଚ ଟଙ୍କା ଉଧାର କରିଥିଲେ l ଏ ନେଇ ଭିଜିଲାନ୍ସ ବିଭାଗ ୩୪/୧୮ରେ ମାମଲା ରୁଜୁ କରିଥିଲେ l ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି l ଉକ୍ତ ମକଦ୍ଦମାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପି.ପି.ଭି.ଭି.ରାମଦାସ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ