ପୂର୍ବତନ ପିସିସି ସଭାପତିଙ୍କ ସହଧର୍ମିଣୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ସହଧର୍ମିଣୀ ସ୍ୱର୍ଗତା ଶ୍ରୀମତୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀମତୀ ଜେନାଙ୍କ ଏକ ସ୍ମୃତିସଭା ଆୟୋଜିତ ହେବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଜଣେ ଶିକ୍ଷକରୁ ବିଧାୟକ, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ହେବା ପର୍ଯ୍ୟନ୍ତ ଶ୍ରୀ ଜେନା ଯେଉଁ ସଫଳ ଯାତ୍ରା କରିଛନ୍ତି ସେହି ସଫଳତା ପଛରେ ମମତା ମଞ୍ଜରୀ ଜେନାଙ୍କ ଅମୂଲ୍ୟ ଏବଂ ଦିବ୍ୟ ପ୍ରେରଣା ରହିଥିଲା । ପୂଜାର୍ଚ୍ଚନା, ଅତିଥି ଚର୍ଚ୍ଚା, ବୃକ୍ଷରୋପଣ, ଦୁଃଖିରଙ୍କିଙ୍କୁ ସାହାଯ୍ୟ, ପରିପାରର ଦାୟିତ୍ୱକୁ ସଠିକ୍ ନିର୍ବାହ ଥିଲା ତାଙ୍କ ସୁଗୁଣର ବୈଶିଷ୍ଟ୍ୟ । ସେ ଥିଲେ ସୁଲକ୍ଷଣୀ । ଶ୍ରୀ ଜେନାଙ୍କ ପରିବାରରେ ମମତାଙ୍କ ଉପସ୍ଥିତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁପସ୍ଥିତିର ଏକ ଭାବପୂର୍ଣ୍ଣ ଫରକ ସେ ଅବତାରଣା କରିଥିଲେ । ପ୍ରତିବର୍ଷ ୧୦ ହଜାର ଗୌରଭକ୍ତଙ୍କୁ ନେଇ ଶଙ୍ଖଣାରେ ଯେଉଁ ଅଷ୍ଟପ୍ରହରୀ ହେଉଥିଲା ତାହାକୁ ଶ୍ରମତୀ ଜେନା ପରିଚାଳନା କରୁଥିଲେ । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବୀ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଜେନା ପରିବାରଙ୍କର ଜଣେ ଘନିଷ୍ଠ ବନ୍ଧୁ ଭାବରେ ସେ ମମତା ମଞ୍ଜରୀଙ୍କର ସ୍ନେହଭାଜନ ହୋଇଥିଲେ । ଜୟଦେବ ବାବୁଙ୍କ ପରିବାର ସହ ତାଙ୍କର ୪୦ବର୍ଷର ସମ୍ପର୍କର ସ୍ମୃତିକୁ ରୋମନ୍ଥନ କରି ସେ କହିଥିଲେ, ‘ମମତା’ ହିଁ ଜୟଦେବ ବାବୁଙ୍କ ଜୀବନ ବିକାଶର ପ୍ରେରଣାଦାୟିନୀ ଓ ପ୍ରଚ୍ଛଦପଟର ମଣିଷ । ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କହିଥିଲେ ଯେ, ମମତା ତାଙ୍କ ଆଚରଣ ଓ ଉଚ୍ଚାରଣରେ ସୁକାର୍ଯ୍ୟରେ ନିଜର ନାମକୁ ସାର୍ଥକ କରିଥିଲେ । ଜଣେ ବନ୍ଧୁ ଭାବରେ ମମତା ବିହନୀ ଜୟଦେବ ବାବୁଙ୍କ ଜୀବନର ଯନ୍ତ୍ରଣାକୁ ସେ ଅତି ଦୁଃଖର ସହ ଅବତାରଣା କରିଥିଲେ । ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ସେଠୀ ଯୋଗଦେଇ କହିଥିଲେ ଯେ, ମମତାଙ୍କ ଉପଦେଶ, ପ୍ରେରଣା ଓ ଉତ୍ସାହ ଜୟଦେବ ବାବୁଙ୍କୁ କେଉଁଝର ଶଙ୍ଖଣା ଗ୍ରାମରୁ ଦିଲ୍ଲୀ ଦରବାରର ରାଜନୀତି ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲା । ପ୍ରଦେଶ କଂଗ୍ରେସ ସେବାଦଳର ମୁଖ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମମତା ମଞ୍ଜୁରୀଙ୍କ ସୁଗୁଣ ବଖାଣିଥିଲେ । ସେ କହିଥିଲେ ଅତିଥି ସତ୍କାର, ଖାଦ୍ୟପେୟରେ ଆପ୍ୟାୟନ, ବନ୍ଧୁ ବତ୍ସଳତା ଓ ଉତ୍ତମ ବ୍ୟବହାର ପାଇଁ ଆମ୍ଭେ ତାଙ୍କୁ ସ୍ମରଣ କରୁଛୁ । ସେ କହିଥିଲେ ଜଣେ ବିଶିଷ୍ଟ ରାଜନେତାଙ୍କ ସଫଳତା ପଛରେ ତାଙ୍କର ସହଧର୍ମିଣୀଙ୍କ ଭୂମିକା କଣ ତାହା କାହାର ଦୃଷ୍ଟିକୁ ଆସେନାହିଁ । ଆଜି ମମତାଙ୍କର ସୁଗୁଣର ଆଲୋଚନା ହେଉଛି, ତାହା ଆମ୍ଭମାନଙ୍କ ପାଇଁ ଅନୁକରଣୀୟ । କଟକ ବିଧାୟକ ମହମ୍ମଦ ମୋକିମ ଏହି କାର୍ଯ୍ୟକ୍ର୍ରମରେ ଯୋଗଦେଇ ଜୟଦେବ ବାବୁଙ୍କ ପରିବାର ସହ ତାଙ୍କର ସୁସମ୍ପର୍କ ବିଷୟରେ ଅବତାରଣା କରିବା ସହ ମମତାଙ୍କର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶିବାନନ୍ଦ ରାୟ, ଇଂ ସସ୍ମିତା ଜେନା, ଡ. ବିଶ୍ୱରଞ୍ଜନ ମହାନ୍ତି, ସମୀର ରାଉତରାୟ, ବିଭୂତି ମିଶ୍ର, ସନ୍ଧ୍ୟା ମହାପାତ୍ର, ଶ୍ରୀନାଥ ମିଶ୍ର, ପଦ୍ମାକର ଗୁରୁ ଓ ଅଜୟ ସାହୁ ପ୍ରମୁଖ ମମତାଙ୍କ ସ୍ମୃତିଚାରଣ କରିଥିଲେ । ସ୍ମୃତି କମିଟି ପକ୍ଷରୁ ମନୋଜ ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ସଭାକାର୍ଯ୍ୟକୁ ପ୍ରକାଶ ମିଶ୍ର ପରିଚାଳନା କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କର ଏକ ଅଡ଼ିଓ ବାର୍ତ୍ତା ସ୍ମୃତିସଭାରେ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନତ ଦାସ, ମନୋଜ ରାଉତ, ଲଲାଟେନ୍ଦୁ ମହାପାତ୍ର, ମନୋଞ୍ଜନ ଦାସ, ଯୋଗୀନାଥ ବାହୁବଳେନ୍ଦ୍ର, ରଶ୍ମି ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଅମିୟ ପାଣ୍ଡବ, ରଣଜିତ ପାତ୍ର, ନଳିନୀକାନ୍ତ ନାୟକ, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ମୁନୁ ପରିଡ଼ା, ପିଙ୍କୁ ଆଚାର୍ଯ୍ୟ, ତୁଷାରକାନ୍ତ ତପସ୍ୱୀ, କାର୍ତ୍ତିକ କାଣ୍ଡି, ନିହାର ବେହେରା, ଜଗଦୀଶ ଗଜେନ୍ଦ୍ର, ଭାଗ୍ୟଶ୍ରୀ ମହାନ୍ତି, ରାଜୀବ ପଟ୍ଟନାୟକ, ଲିପିକା ପାତ୍ର, ପ୍ରିୟଜିତ ରାୟ, ସୁବାସ ପ୍ରଧାନ, ରହିମୁଦ୍ଦିନ ଖାନ, ତାପସ ସେଠୀ, ଅଗ୍ନିବେଶ ସ୍ୱାଇଁ, ବେଣୁଧର ଭୋଇ, ଶାହାରୁଖ ଖାନ, ତରୁଣ ମିଶ୍ର, ରାଜଲକ୍ଷ୍ମୀ ସାହୁ, ମୁନା ପରିଡ଼ା, ପ୍ରତ୍ୟୁଷ ପ୍ରଧାନ, ବିରଞ୍ôଚ ବାରିକ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାତି ଶ୍ରୀ ଜୟଦେବ ଜେନା, ତାଙ୍କ ପୁତ୍ର ଇଂ ମନୋଜ ଜେନା, କନ୍ୟା ଡ. ସସ୍ମିତା ଜେନା ଏବଂ ବୋହୁ ବିଜୟଲକ୍ଷ୍ମୀ ପ୍ରିୟଦର୍ଶିନୀ ଓ ସୁମନା ବୋଷ, ପୌତ୍ରୀମାନେ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ ।


