ହୋମଗାର୍ଡଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ଏସପି
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ପୁଲିସ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ସମୟରେ ନିଜ ଦାୟିତ୍ୱ ତୁଲାଇ ମୃତ୍ୟୁବରଣ କରିଥିବା ହୋମଗାର୍ଡ ସତ୍ୟନାରାୟଣ ସେଠୀଙ୍କ ପରିବାରକୁ ଆଜି ଗଂଜାମ ଏସପି ବ୍ରିଜେଶ କୁମାର ରୟ ୫୦ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆସିଥିବା ଏହି ସହାୟତା ରାଶି ର ଏକ ଚେକ୍ କୁ ଗଂଜାମଏସପିଙ୍କ କାର୍ଯ୍ୟାଳୟ ପରିସରରେ ମୃତ ସତ୍ୟନାରାୟଣ ସେଠୀଙ୍କ ବାପା ଓ ମାଆଙ୍କୁ ଏସପି ଶ୍ରୀ ରୟ ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ଗଂଜାମ ପୁଲିସ ଜିଲ୍ଲାର ତାରାସିଂ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ ସତ୍ୟନାରାୟଣ । କାର୍ଯ୍ୟରତ ସମୟରେ କରୋନାରେ ସେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୨୯.୦୭.୨୦୨୦ ତାରିଖ ଦିନ ମୃତ୍ୟୁ ହୋଇଥିଲ। ।


