ପୂର୍ବତନ ସରପଞ୍ଚଙ୍କ ପରଲୋକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ପଞ୍ଚାନନ ଗୈାଡଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ୧୯୯୦ ମସିହାରେ ଭୀଷ୍ମଗିରି ପଞ୍ଚାୟତରୁ ସହଦେବ ଟିକରପଡା ଗ୍ରାମ କୁ ବିଭାଜନ କରାଯାଇ ନୂତନ ପଞ୍ଚାୟତ ଗଠନ ପରେ ୧୯୯୨ ମସିହାରେ ଏହି ପଞ୍ଚାୟତ ପାଇଁ ନିର୍ବାଚନ ଲଢ଼ି ପଞ୍ଚାନନ ପ୍ରଥମ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ରବିବାର ନିଜ ବାସଭବନରେ ରାତ୍ରି ସମୟରେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ତେବେ ସୋମବାର ରାତି ୧୧ ଟା ୫୦ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ସକାଳୁ ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ଉର୍ମିଳା , ତିନି ପୁଅ ଗୌତମ , ଶ୍ରୀକାନ୍ତ , ଶିବାଜୀ , ବୋହୂ , ନାତିନାତୁଣୀ ଉପସ୍ଥିତ ରହିଥିଲେ । ଅପରାହ୍ନରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଙ୍କ ସମେତ ସରପଞ୍ଚ ପ୍ରତିନିଧି ଶ୍ଯାମ ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା , ସାମାଜିକ କର୍ମୀ ମନୋଜ ପଟ୍ଟନାୟକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ ।


