ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ପତ୍ନୀ ବିୟୋଗରେ ଶୋକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଶିଷ୍ଟ କଂଗ୍ରେସ ନେତା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଧର୍ମପତ୍ନୀ ସାବିତ୍ରୀ ସେଠୀଙ୍କର ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ୬୦ ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସେ ଦୀର୍ଘଦିନ ହେବ ପକ୍ଷଘାତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ଗରସଙ୍ଗ ଗ୍ରାମରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତ୍ୟେଷ୍ଟି ସଂସ୍କାର ହୋଇଯାଇଛି । ଜ୍ୟେଷ୍ଠପୁତ୍ର ପୂର୍ବତନ ବିଧାୟକ କୁମାର ଚିରଞ୍ଜିବୀ ମୁଖାଗ୍ନି ଦେଇଥିଲେ । ଶ୍ରୀମତୀ ସେଠୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ବିରୋଧୀଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ନେତା ରସିକଚାନ୍ଦ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକପ୍ରକାଶ କରି ସେ ଜଣେ ଅତ୍ୟନ୍ତ ସ୍ନେହୀ, ବନ୍ଧୁବତ୍ସଳ ମହିଳା ଥିଲେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ