ଅସୀମ ପୋର୍ଟାଲରେ ରହିବ କ୍ଷେତ୍ରୀୟ ଓ ସ୍ଥାନୀୟ ଶିଳ୍ପର ଚାହିଦା ଶ୍ରମିକଙ୍କ ବିବରଣୀ

ନୂଆଦିଲ୍ଲୀ : ସୂଚନା ପ୍ରବାହରେ ସୁଧାର ଆଣିବା ତଥା ବଜାରରେ କୁଶଳୀ ଶ୍ରମଶକ୍ତି ଚାହିଦା ଏବଂ ଯୋଗାଣ ମଧ୍ୟରେ ରହିଥିବା ଶୂନ୍ୟସ୍ଥାନକୁ ଦୂର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଏମଏସଡିଇ ପକ୍ଷରୁ ‘ଆତ୍ମନିର୍ଭର ସ୍କିଲ୍ଡ ଏମ୍ପ୍ଲୋଇ ଏମ୍ପ୍ଲେୟର ମ୍ୟାପିଂ “ଅସୀମ” ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ ସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବାରେ ଦକ୍ଷ ଲୋକମାନଙ୍କୁ ସହାୟତା ଯୋଗାଇ ଦେବ। ଦକ୍ଷ ଶ୍ରମଶକ୍ତିଙ୍କ ନିୟୋଜନ ମାଧ୍ୟମରେ ଏହି ପୋର୍ଟାଲ ବ୍ୟବସାୟିକ ପ୍ରତିଦ୍ବନ୍ଦ୍ବିତା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରି ପ୍ଲାଟଫର୍ମ ନିଯୁକ୍ତି ଆଶାୟୀମାନଙ୍କୁ କ୍ୟାରିଅରକୁ ଆଗେଇ ନେବା ଦିଗରେ ମାର୍ଗଦର୍ଶନ କରିବା ସହିତ ସେମାନଙ୍କୁ ଶିଳ୍ପ ଉପଯୋଗୀ ଦକ୍ଷତା ହାସଲ କରିବା ଏବଂ କୋଭିଡ ପରବର୍ତ୍ତୀ କାଳରେ ନୂଆ ନୂଆ ନିଯୁକ୍ତି ସୁଯୋଗ ସନ୍ଧାନ କରିବାରେ ସହାୟତା କରିବ। ମହାମାରୀ ପରେ କାର୍ଯ୍ୟ ପଦ୍ଧତିରେ ଦ୍ରୁତ ପରିବର୍ତ୍ତନ ଆସିଛି ଏବଂ ଏହା ଶ୍ରମଶକ୍ତିକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଅସୀମ ପ୍ଲାଟଫର୍ମ ଜରିଆରେ ନିଯୁକ୍ତିଦାତାମାନେ କୁଶଳୀ ଶ୍ରମଶକ୍ତିଙ୍କ ଉପଲବ୍ଧତା ବିଷୟରେ ଅବଗତ ହୋଇପାରିବେ ଏବଂ ଏହା ମଧ୍ୟ ନିଯୁକ୍ତିଆଶାୟୀମାନଙ୍କୁ ନିଯୁକ୍ତି ସୁଯୋଗ ବିଷୟରେ ଅବଗତ କରାଇବ। ଅସୀମ ପୋର୍ଟାଲ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ‘ଆତ୍ମନିର୍ଭର ଭାରତ’କୁ ଆଧାର କରି ତଥା ଭାରତକୁ କୁଶଳୀ ଶ୍ରମଶକ୍ତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ଅସୀମ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି। ଏହା ବିଭିନ୍ନ କ୍ଷେତ୍ରରେ କୁଶଳୀ ଶ୍ରମିକଙ୍କ ଚାହିଦା ଓ ଯୋଗାଣରେ ରହିଥିବା ତାରତମ୍ୟକୁ ଦୂର କରିବ। ଦେଶର ଯୁବକମାନଙ୍କ ପାଇଁ ଅସୀମ ନିଯୁକ୍ତି ସୁଯୋଗ ଯୋଗାଇ ଦେବ। ଅସୀମ ସମ୍ପର୍କରେ ଉଲ୍ଲେଖ କରି ଜାତୀୟ ଦକ୍ଷତା ବିକାଶ ନିଗମ ଏନଏସଡିସିର ଅଧ୍ୟକ୍ଷ ଏଏମ ନାଏକ କହିଥିଲେ ଯେ କୋଭିଡ-୧୯ ମହାମାରୀ କାରଣରୁ ପ୍ରବାସୀ ଶ୍ରମିକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏନଏସଡିସି ପକ୍ଷରୁ କୁଶଳୀ ଶ୍ରମିକମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପୁନଃଜୀବିକା ଅର୍ଜନ ପାଇଁ ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅସୀମ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହା ଉଭୟ ନିଯୁକ୍ତିଦାତା ଏବଂ ନିଯୁକ୍ତି ଆଶାୟୀଙ୍କୁ ବାସ୍ତବ ସୂଚନା ପ୍ରଦାନ କରିବ। ଅସୀମ https://smis.nsdcindia.org/, ମଧ୍ୟ ଆପ ଜରିଆରେ ଉପଲବ୍ଧ ହେବ। ଏନଏସଡିସି ଏବଂ ବେଙ୍ଗାଲୁରୁସ୍ଥିତ ବେଟରପ୍ଲେସ କମ୍ପାନୀର ମିଳିତ ସହଭାଗିତାରେ ଏହାକୁ ବିକଶିତ କରାଯାଇଛି। ବ୍ଲୁ କଲାର ଏମ୍ପ୍ଲୋଇ ମ୍ୟାନେଜମେଣ୍ଟ ଏହାର ବିଶେଷତ୍ବ। ଏହି ପୋର୍ଟାଲରେ କ୍ଷେତ୍ରୀୟ ଏବଂ ସ୍ଥାନୀୟ ଶିଳ୍ପର ଚାହିଦା ଆଧାରରେ ଶ୍ରମିକଙ୍କ ବିବରଣୀ ରହିବ। ଭାରତୀୟ ରାଜ୍ୟର ପ୍ରବାସୀ ଶ୍ରମିକ ଏବଂ ବିଦେଶୀ ନାଗରିକ, ଯେଉଁମାନେ ବନ୍ଦେ ଭାରତ ମିଶନରେ ବିଦେଶରୁ ଫେରି ସ୍ବଦେଶ ସ୍କିଲ କାର୍ଡ ଦାଖଲ କରିଛନ୍ତି, ସେମାନଙ୍କୁ ଅସୀମ ପୋର୍ଟାଲରେ ସାମିଲ କରାଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଦକ୍ଷତା ଯୋଜନାରେ ସ୍କିଲ ଇଣ୍ଡିଆ ପୋର୍ଟାଲକୁ ଆସୁଥିବା ପ୍ରାର୍ଥୀଙ୍କ ତଥ୍ୟକୁ ପିଏମକେଭିଓ୍ବାଇ, ଫି ଆଧାରିତ କାର୍ଯ୍ୟକ୍ରମ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଏବଂ ଶିଖୋ ଔର କମାଓ ସହିତ ଯୋଡ଼ାଯିବ। ଏଥିରେ ନିଯୁକ୍ତିଦାତାଙ୍କ ପାଇଁ ଏକ ପୋର୍ଟାଲ ରହିବ ଯେଉଁଥରେ ନିଯୁକ୍ତିଦାତାଙ୍କ ଅନବୋର୍ଡିଂ, ଚାହିଦା ଆକଳନ ଏବଂ ପ୍ରାର୍ଥୀ ଚୟନ ବ୍ୟବସ୍ଥା ରହିବ। ସେହିପରି ଏଥିରେ ରିପୋର୍ଟ, ଟ୍ରେଣ୍ଡ, ଆନାଲିଟିକ୍ସ ଓ ଚାହିଦା ପୂରଣ ନିମନ୍ତେ ଏକ ଡ୍ୟାଶବୋର୍ଡ ରହିବ । ପ୍ରାର୍ଥୀଙ୍କ ପାଇଁ ନିଜର ପ୍ରୋଫାଇଲ ତିଆରି କରିବା ଓ ଟ୍ରାକ କରିବା, ଚାକିରି ପରାମର୍ଶ ଦେବା ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡିଡେଟ ଆପ୍ଲିକେସନ ରହିବ। କୁଶଳୀ ଶ୍ରମିକମାନେ ନିଜର ପ୍ରୋଫାଇଲକୁ ଏହି ଆପରେ ପଞ୍ଜୀକରଣ କରି ଚାକିରି ସୁଯୋଗର ସନ୍ଧାନ କରିପାରିବେ। ସେହିପରି ନିଯୁକ୍ତିଦାତାମାନେ ନିଜର ଆବଶ୍ୟକତା ଅନୁଯାୟୀ ଶ୍ରମଶକ୍ତିଙ୍କ ସନ୍ଧାନ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ