ପୂର୍ବଶତ୍ରୁତାରୁ ଘାତକ ଆକ୍ରମଣ  ଘଟଣା ଅଭିଯୁକ୍ତ ଗିରଫ, ଲୁହାଛଡ଼ ଜବତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ହରିଜନ ସାହି ର ବାସୁଦେବ ନାଇକ ଙ୍କୁ ତାଙ୍କ ପଡୋଶୀ ରବି ନାଇକ ଗତ ସୋମବାର ରାତି ପ୍ରାୟ ସାଢ଼େ ୯ ଟାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏକ ଲୁହାଛଡ଼ ଦ୍ଵାରା ଘାତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୁରୁବାର  ତଦନ୍ତକାରୀ  ଅଧିକାରୀ ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଅଭିଯୁକ୍ତ ରବି ଙ୍କ ନିକଟରୁ ଉକ୍ତ ଲୁହାଛଡ଼ ଜବତ କରିବା ସହ ତାଙ୍କୁ ଏହି ଘଟଣାରେ  ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ବାସୁଦେବ ତାଙ୍କ ର ଏକ ନୂଆ ଘର ନିର୍ମାଣ କରୁଥିବା ବେଳେ କାନ୍ଥ ସୀମା କୁ ନେଇ ରବି ଙ୍କ ସହ କଳହ ଲାଗିରହିଥିଲା।  ଘଟଣା ଦିନ ବାସୁଦେବ ରାତ୍ରି ଭୋଜନ ସାରି ଘର ବାରଣ୍ଡା ରେ ଶୋଇଥିବା ବେଳେ ଗାଁ ରେ ଚିକେନ ଦୋକାନ କରିଥିବା ରବି ସେଠାରେ ପହଞ୍ଚି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ଏକ ଲୁହାଛଡ଼ ଦ୍ଵାରା ବାସୁଦେବ ଙ୍କ ମୁଣ୍ଡକୁ ପ୍ରହାର କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।ପରିବାର ଲୋକେ ବାସୁଦେବଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ସେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୮୨/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ