ପୂର୍ବଶତ୍ରୁତା ନେଇ ଯୁବକ କୁ ଅପହରଣ ,ନୀରବ ଥାନାଧିକାରୀ

ଫୁଲବାଣୀ, (ସୁନୀଲ କୁମାର ବେହେରା):ଖଜୁରୀପଡା ଥାନା ଅନ୍ତର୍ଗତ ଖଲିଗୁଡରି ଗ୍ରାମର ନିରଞ୍ଜନ ମହାନନ୍ଦ ଙ୍କ ୨୪ ବର୍ଷ ବୟସ୍କ ପୁଅ ସାମୁଏଲ ମହାନନ୍ଦ ଙ୍କୁ ଟିକାବାଲି ଥାନା ଅନ୍ତର୍ଗତ ସୁନାପାଙ୍ଗ ଗ୍ରାମର ହାସିନା ନାୟକ, ଜମ୍ବୁବତୀ ନାୟକ ଓ ନୀଳାଚଳ ନାୟକ ଗତ ୨୦ ତାରିଖରେ ଧଳା କାର ରେ ଆସିଥିବା ଦୁଇ ଯୁବକ ଦ୍ଵାରା ଅପହରଣ କରିଥିବା ନେଇ ଖଜୁରୀପଡା ଥାନରେ ଅଭିଯୋଗ ହୋଇଛି! ଥାନାଧିକାରୀ ନୀରବ ରହି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଅପହୃତା ପୁଅ ର ବାପା ନିରଞ୍ଜନ ମହାନନ୍ଦ କନ୍ଧମାଳ ଏସପି ଙ୍କ ଠାରେ ଆଜି ଅଭିଯୋଗ କରିଛନ୍ତି! ମାମଲାରୁ ପ୍ରକାଶ ଯେ ସୁନାପାଙ୍ଗାର ହାସିନା ନାୟକ ଯୁବକମାନଙ୍କ ଦ୍ଵାରା ସାମୁଏଲ ମହାନନ୍ଦ ନିଜର ନାନୀ ଜ୍ୱାଇଁ ଘରକୁ ଯାଇ ଚାରିଦିନ ରହି ନିଜ ଗ୍ରାମ ଖଲିଗୁଡରି କୁ ଫେରୁଥିବାବେଳେ ବାଇକ କୁ ଅଟକାଇ ଲଙ୍କା ଗୁଣ୍ଡ ଆଖିରେ ପକାଇ, ସ୍ପ୍ରେ ମାରି ମାଡ ମାରି ସାମୁଏଲ କୁ ଅପହରଣ କରିଥିଲେ! ସାମୁଏଲ ତା ବାପାକୁଫୋନ କରି କହିଥିଲା ଯେ ସେ କଟକ ରେ ଅଛି ଭଲରେ ଅଛି! ଥାନାରେ କେଶ ନକରିବାକୁ କହିଥିଲେ! ତାପରେ ଫୋନ ସ୍ବୀଚ ଅଫ ହୋଇଯାଇଥିଲା! ଏସବୁ ଥାନାରେ ଘଟି ଥିଲେ ମଧ୍ୟ କୋୖଣସି ଆକ୍ସନ ନେଇ ନଥିଲେ! ସେତେବେଳେ ଅପହରଣ ମିଶନ ରେ ସକ୍ରିୟ ହାତ ଥିବା ହାସିନା ନାୟକ ଥାନାର କେଉଁ ପଣ୍ଡା ବାବୁ ସହ କଥାବାର୍ତ୍ତା କରି ସାମୁଏଲ ଅପହରଣ ମାମଲା ଥାନାରେ ଏତେଲା ହେଉଥିବା ଜାଣି ଫେରାର ହୋଇଯାଇଥିଲା! ହାସିନା ର ଫୋନ ଟ୍ରାକିଙ୍ଗ ରେ ସେ ଦୁତି ପଡ଼ାରେ ଥିବା ଜଣାପଡିଥିଲା!ତାପରେ ଫୋନ ଲାଗିଲା ନାହିଁ! ତେବେ ପୂର୍ବ ଶତ୍ରୁତା ଯୋଙ୍ଗୁ ଏହି ଅପହରଣ ହୋଇଥିବା ଜଣାପଡିଛି! ସାମୁଏଲ ବାହା ହେବା ପାଇଁ ହାସିନା କୁଆଡେ ଆଇପି ଏସ ପ୍ରାଥୀନୀ ଠିକ କରୁଛି କହି ବହୁତ ଟଙ୍କା ନେଇଥିଲେ! ପରେ ଟଙ୍କା ଫେରସ୍ତ ନେଇ ଥାନାରେ ଚୁକ୍ତିନାମା ହେଇଥିଲା ବୋଲି ସାମୁଏଲ ର ବାପା ନିରଞ୍ଜନ ଅଭିଯୋଗ ପତ୍ରରେ ଉଲେଖ୍ହ କରିଛନ୍ତି! ଅପହରଣ ର ନଅ ଦିନ ଅତିବାହିତ ହୋଇଥିଲେ ମଧ୍ୟ ପୋଲିସ ସାମୁଏଲ କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇ ନାହିଁ! ପୁଅକୁ ଉଦ୍ଧାର କରି ଅପହରଣ କରିଥିବା ଯୁବକ ଦ୍ୟୋୟ ଙ୍କ ସହ ହାସିନା କୁ ଗିରଫ ପାଇଁ ଏସପି ଙ୍କୁ ଦିଆ ଯାଇଥିବା ଅଭିଯୋଗ ରେ ଉଲେଖ୍ହ ଅଛି!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ