ପୂର୍ବ ବିଧାୟକ ଅରୁଣ ଦେ ‘ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ଭୂତପୂର୍ବ ବିଧାୟକ ସ୍ୱର୍ଗତ ଅରୁଣ ଦେ ‘ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି।ସ୍ମୃତି ପରିଷଦ ପରିଚାଳନା ମଣ୍ଡଳୀ ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସ୍ମୃତି ସଭା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଅରୁଣ ଦେ ଙ୍କ ରାଜନୈତିକ ଜୀବନ ସମ୍ପର୍କରେ ଆଲୋକପାତ କରି କହିଥିଲେ କି ସେ ଥିଲେ ଜନତା ଙ୍କ ପ୍ରକୃତ ନେତା।କାର୍ଯ୍ୟକ୍ରମ ରେ ସଦର ବିଧାୟକ ସ୍ୱରୂପ ଦାସ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ,ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା , ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ସ୍ମୃତି କମିଟି ସମ୍ପାଦକ ରଞ୍ଜନ ବାଗ, କବି ଶ୍ରୀ ଦେବ, ଜିଲ୍ଲା ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ, ଉମିଲତା ଦାସ, ନୀଳଗିରି ର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଗୌରୀ କୁମାର ରାଉତ, ମିନା ମହାନ୍ତି,ଶିଳ୍ପପତି ସଞ୍ଜୟ ଦାସ,ଯୋଶାଦା ନନ୍ଦନ ଆସ. ବିଜେଡି ସାଧାରଣ ସମ୍ପାଦକ ଯଯାତି କେଶରୀ ଦାସ,ଅର୍ଚ୍ଚନା ନନ୍ଦୀ, ପ୍ରଫେସର ଯୋଶଧାରା ଦାସ, ମନୋଜ ରାଉତ, ସାରଗାଁ ସରପଞ୍ଚ ଙ୍କ ପ୍ରତିନିଧି ସୁଶାନ୍ତ ଶତପଥୀ, ଲକ୍ଷ୍ମୀଧର ସ୍ୱାଇଁ ଙ୍କ ସମେତ ବହୁ ‘ଦାଦା ‘ପ୍ରେମୀ ଉଦବୋଧନ ଦେଇ ଅରୁଣ ଦେ ‘ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀ ରେ ଅରୁଣ ଦେ ‘ଙ୍କ ଭଉଣୀ ବାସନ୍ତୀ ଦେ ଆମେରିକା ରୁ ଭିଡିଓ ବାର୍ତ୍ତା ରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସକାଳେ ବିଦ୍ୟୁତ୍ ମାର୍ଗ ଛକ ସ୍ଥିତ ଦାଦା ଙ୍କ ପ୍ରତିମୂର୍ତ୍ତି ରେ ମଲ୍ୟାର୍ପଣ କରାଯାଇଥିଲା।ସେହିପରି “ଭଏସ ଅଫ ବାଲେଶ୍ଵର” ପକ୍ଷରୁ ମାହେଶ୍ୱରୀ ଭବନରେ ସ୍ବର୍ଗତ ଅରୁଣ ଦେ ଙ୍କ ଦିତୀୟ ବାର୍ଷିକୀ ଅବସରରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା,ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା,ନୀଳଗିରି ବିଧାୟକ ସୁକାନ୍ତ ନାୟକ,ଜିଲ୍ଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଅରୁଣ ଦେ(ଦାଦା) ଙ୍କ ସ୍ମୃତି ଚାରଣ କରିଥିଲେ।