ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା

ବାରିପଦା, (ମୁରାରୀ ମୋହନ ମହାପାତ୍ର):ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୯-୧୧-୨୦୨୪ ଠାରୁ ୨୩-୧୧-୨୦୨୪ ପର୍ଯ୍ୟନ୍ତ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବ ଭାରତର ୬୪ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୯୦୦ ଜଣ ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ ଏଥିରେ ଭାଗନେବେ । ଓଡ଼ିଶାରୁ ୧୩ଟି, ଛତିଶଗଡ଼ରୁ ୧୦ଟି, ପଶ୍ଚିମବଙ୍ଗରୁ ୯ଟି, ବିହାରରୁ ୧୦ଟି, ଉତ୍ତର ପ୍ରଦେଶରୁ ୬ଟି, ଝାଡ଼ଖଣ୍ଡରୁ ୭ଟି, ମଣିପୁରରୁ ୨ଟି, ଆସାମରୁ ୩ଟି, ତ୍ରିପୁରାରୁ ୨ଟି, ମିଜୋରାମରୁ ଓ ସିକିମରୁ ଗୋଟିଏ ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି ।ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ, ମଗଧ ବିଶ୍ୱବିଦ୍ୟାଳୟ ବିହାର, ବିଶ୍ୱବିଦ୍ୟାଳୟ ଇମ୍ଫାଲ ମଣିପୁର, ମିଜୋରାମ ବିଶ୍ୱବିଦ୍ୟାଳୟ, ସରଳା ବିରଳା ବିଶ୍ୱବିଦ୍ୟାଳୟ ରାଞ୍ଚି, ମୁଙ୍ଗେର ବିଶ୍ୱବିଦ୍ୟାଳୟ ବିହାର, ସିଆକମ ସ୍କିଲ୍‌ସ୍ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ, ଭି.ବି.ଏସ୍‌.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଉତ୍ତର ପ୍ରଦେଶ, କିଟ୍‌ ବିଶ୍ୱବିଦ୍ୟାଳୟ, ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ, ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜା, କଲିକତା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ,
ପରି ଅନେକ ବିଶ୍ଵବିଦ୍ୟାଳୟ ।ପ୍ରତିଦିନ ମ୍ୟାଚ୍‌ ଗୁଡ଼ିକ ସକାଳ ୭:୩୦ ରେ ଏବଂ ଅପରାହ୍ନ ୩ଟାରେ ଆରମ୍ଭ ହେବ । ମ୍ୟାଚ୍‌ର ୩୦ ମିନିଟ୍‌ ପୂର୍ବରୁ ଟିମ୍‌ ଗୁଡ଼ିକ ରିପୋର୍ଟ୍‌ କରିବେ । ଏହାର ଉଦ୍‌ଘାଟନୀ ସମାରୋହ ୧୯-୧୧-୨୦୨୪ ସକାଳ ୧୦:୦୦ ଘଣ୍ଟା ସମୟରେ ଏବଂ ଉଦ୍‌ଯାପନୀ ସମାରୋହ ୨୩-୧୧-୨୦୨୪ ପୂର୍ବାହ୍ନ ୧୧:୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଲୋକପାଳ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ମାନ୍ୟବର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ ଓ ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ୍‌ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ