ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ, ଜଣେ ଅଟକ, ଜଣେ ଫେରାର

ଯୋଡ଼ା (ଯୁଗାଦ୍ଦ) : ବାଚୁ ହଟିଂଠାରେ ଶୁକ୍ରବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ବ୍ୟକ୍ତିଙ୍କୁ ଭୁଜାଲି ଓ ଠେଙ୍ଗା ଦ୍ୱାରା ମରଣାନ୍ତକ ଆକ୍ରମଣ କରାଯାଇଥିବା ଖବର ହସ୍ତଗତ ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ଶୁକ୍ରବାର ଅପରାହ୍ନ ୧ ଘଟିକା ସମୟରେ ଯୋଡା ସହରର ବାଚୁ ହଟିଂଠାରେ ରହୁଥିବା ଚତୁର୍ଭୂଜ ନାଏକ ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି, ସେହି ହଟିଂର ଦୁଇଜଣ ଯୁବକ ଆସି ତାଙ୍କୁ ପ୍ରଥମେ ଠେଙ୍ଗାରେ ମାଡ ମାରି ରକ୍ତାତ କରିଦେଇଥିଲେ । ଚତୁର୍ଭୁଜଙ୍କୁ ମାଡ ମାରିବା ପରେ ଆକ୍ରମଣକାରୀ ଉକ୍ତ ଦୁଇଜଣ ଯୁବକ ନିକଟରେ ରହୁଥିବା ନରସିଂ ମୁଣ୍ଡାଙ୍କ ଘରକୁ ଯାଇ ସେ ଶୋଇଥିବା ଅବସ୍ଥାରେ ତାଙ୍କ ପେଟରେ ଭୁଜାଲି ଭୁସି ଦେଇଥିଲେ । ଏନେଇ ପୋଲିସ ଖବର ପାଇ, ଘଟଣା ସ୍ଥଳରେ ପହନଚି ଆକ୍ରମଣକାରୀ ଜଣେ ଯୁବକକୁ କାବୁ କରି ନେଇଥିବା ବେଳେ ଅନ୍ୟ ଜଣେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ ଆହତଦ୍ୱୟଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାକୁ ପଠାଇଥିଲା । ମାତ୍ର ଭୁଜାଲି ମାଡର ସ୍ୱୀକାର ହୋଇଥିବା ନରସିଂ ମୁଣ୍ଡାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଥିବା ଖବର ମିଳିଛି । ଏନେଇ ପୋଲିସ କାବୁ କରିଥିବା ଆକ୍ରମଣକାରୀ ଯୁବକ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଖବର ଲେଖା ହେବା ବେଳକୁ ପୋଲିସ ଥାନାରେ କୌଣସି ମାମଲା ରୁଜୁ କରିନଥିଲା । ଏହି ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ