ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଡମାରି ଜେଲ ଗଲେ ଗୌତମୀ ପୂର୍ବତନ ସରପଞ୍ଚ ଓ ସହଯୋଗୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ,ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କେନ୍ଦ୍ର କରି ଉକ୍ତ ଗ୍ରାମର ରଜକୁମାର ଲେଙ୍କାକୁ ସନ୍ଧ୍ୟା ୫ ଟା ରେ ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ୱାଇଁ ଓ ସହଯୋଗୀ ରାଜୁ ବେହେରା ମିଳିତ ଭାବେ ଆକ୍ରମଣ କରି ଗାଳିଗୁଲଜ କରିବା ସହିତ ମାଡମାରି ହାତ ଭାଙ୍ଗିଦେଇଥିବା ବ୍ରହ୍ମପୁର ସଦର ଥାନାରେ ରାଜକୁମାର ଏକ ଲିଖିତ ଅଭିଯୋଗ ହେଉଥିବା ଜଣାପଡ଼ିଛି l ଅଭିଯୋଗକୁ ଭିର୍ତ୍ତିକରି ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଉଭୟଙ୍କୁ ଗିରଫ କରି ୪/୨୩ ରେ ମାମଲା ରୁଜୁ କରି ୪/୧ ତାରିଖରେ ଅଭିଯୁକ୍ତ ଶୁଶାନ୍ତ ସ୍ୱାଇଁ ଓ ରାଜୁ ବେହେରାଙ୍କୁ କୋର୍ଟ ଚାଳନ କରିଥିବା ସୂଚନା ମିଳିଛି l