ପେନସିଲ ମୁନରେ ଚିତ୍ର ଆଙ୍କି ଚର୍ଚ୍ଚାରେ ଇପ୍ସିତା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭିନ୍ନ ଭିନ୍ନ ଡିଜାଇନରେ ଚିତ୍ର ଆଙ୍କି ନିଜ ଭିତରେ ଥିବା କଳାକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଥାନ୍ତି ବହୁ କଳାକାର।ଆଖି ଝଲସିଲା ଭଳି ଚିତ୍ର ଆଙ୍କନ୍ତି। ଯିଏ ଥରେ ସେହି ଚିତ୍ର ଗୁଡିକୁ ଦେଖିବ ଆଉ ଆଖି ଫେରାଇବନି।ଚିତ୍ରକାର ମାନେ ଯେଉଁ ଛବିକୁ ଥରେ ଦେଖିଦିଅନ୍ତି ହାତରେ ପେନସିଲ ଖଣ୍ଡେ ଧରି ଅବିକଳ ଚିତ୍ର ଆଙ୍କି ଦିଅନ୍ତି ।ଏଭଳି ଚିତ୍ର ଆଙ୍କି ଏବେ ଚର୍ଚ୍ଚାକୁ ଆସିଛନ୍ତି ସୋରଡ଼ା ସହରର ଇପ୍ସିତା।ହାତରେ ପେନସିଲ ଖଣ୍ଡେ କାଗଜ ରେ ଆଙ୍କି ଦିଅନ୍ତି ଜୀବନ୍ତ କଲା ଭଳି ଚିତ୍ର।ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ବାସ କରୁଥିବା ସଂଜୀବ ପଟ୍ଟନାୟକ ଓ ତାଙ୍କ ପତ୍ନୀ ସଶ୍ମିତା ପଟ୍ଟନାୟକ ଙ୍କ ଏକ ମାତ୍ରା ଗେଲ୍ହା ଝିଅ ଇପ୍ସିତା ପଟ୍ଟନାୟକ।ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ରେ ଯୁକ୍ତ ତିନି ବାଣିଜ୍ୟ ପ୍ରଥମ ବର୍ଷରେ ପାଠ ପଢୁଛନ୍ତି। ପାଠ ପଢା ସହ ଚିତ୍ର ଆଙ୍କିବାରେ ଭାରି ରୁଚି ରହିଛି ।ଶ୍ରୀ ମନ୍ଦିର, ପ୍ରଭୁ ଜଗନ୍ନାଥ, ଦେବୀ କାଳୀ, ଅଗ୍ରପୁଜ୍ୟ ଗଜାନନ, କେଦାରନାଥଙ୍କ ମନ୍ଦିର,ମା ଲଷ୍ମୀଙ୍କ ଜୀବନ୍ତ କଲାଭଳି ଫୋଟ ଚିତ୍ରକୁ ନିଜ ହାତରେ ଆଙ୍କିଛନ୍ତି ।ଏସବୁ ଫଟୋଚିତ୍ର ଇପ୍ସିତାଙ୍କ ହାତର ଯାଦୁରେ ସତେ ଯେପରି ଝଲସି ଉଠୁଛି।ଖାଲି ଦେବାଦେବୀ ଙ୍କ ଫଟୋ ଚିତ୍ର ନୁହେଁ କ୍ରିକେଟର ନିଜ ବାପା ମା ଙ୍କ ଫୋଟ ଚିତ୍ରକୁ ପେନସିଲ ମୁନରେ ଅତି ନିଖୁଣ ଭାବରେ ଆଙ୍କିଛନ୍ତି।ଇପ୍ସିତା ଛୋଟ ବେଳୁ ସ୍କୁଲରେ ଦିଆଯାଉଥିବା ପ୍ରୋଜେକ୍ଟକୁ ନିଜ ହାତରେ ବନାଉଥିଲେ ତାହା ପରେ ଚିତ୍ର ଆଙ୍କିବା ପ୍ରତି ଆଗ୍ରହ ବଢିଥିଲା। ପାଠ ପଢିବା ସହ କିଛି ସମୟ ବାହାର କରି ମଣ୍ଡାଲା ଡିଜାଇନରେ ବିଭିନ୍ନ ଫୋଟ ଚିତ୍ର ଆଙ୍କିବା ସହ ଘର କାନ୍ଥରେ ମଧ୍ୟ ସୁନ୍ଦର ଡିଜାଇନର ଚିତ୍ର ଆଙ୍କିଛନ୍ତି।ଆଗକୁ ଫେସନ ଡିଜାଇନରେ ପାଠ ପଢି ଆଗକୁ ଯିବାକୁ ଲକ୍ଷ ରଖିଛନ୍ତି ଇପ୍ସିତା। ମା.. ପାଇଁ ଦୁନିଆର ସବୁଠୁ ଖୁସି ଆଉ ଆନନ୍ଦ ହେଉଛି ତାର ଗର୍ଭସ୍ତ ଶିଶୁ।ଦଶ ମାସ ଦଶ ଦିନ ଗର୍ଭରେ ଧରି ବହୁ ଯନ୍ତ୍ରଣା ସହି ଜନ୍ମ ଦେଇଥାଏ ତାହାର ସନ୍ତାନକୁ।ମା ଓ ଗର୍ଭସ୍ତ ଶିଶୁର ଏକ ଫୋଟ ଚିତ୍ର କୁ ଅତି ସୁନ୍ଦର ଭାବରେ ଆଙ୍କି ସମାଜକୁ ନିଆରା ବାର୍ତ୍ତା ଦେଇଛନ୍ତି ଇପ୍ସିତା।ଛବିଟିକୁ ଏମିତି ଚିତ୍ରିତ କରାଯାଇଛି ଯାହାକୁ ଦେଖି ବୁଝିବା ପାଇଁ କିଛି ସମୟ ଚାହିଁ ରହିବାକୁ ପଡିବ ।ବ୍ୟବହାର ପରେ ଫୋପାଡ଼ିଦେଉଥିବା ପ୍ଲାଷ୍ଟିକ ଚାମଚ ବା ବର୍ଜ୍ୟବସ୍ତୁ କୁ ବ୍ୟବହାର କରି ସୂର୍ଯ୍ୟମୁଖି ଫୁଲ ଭଳି ଅତି ସୁନ୍ଦର ଘର ସଜା ଉପକରଣ ତିଆରି କରିଛନ୍ତି।ଇପ୍ସିତାଙ୍କ ଚିତ୍ର କଳା ପ୍ରତି ଆଗ୍ରହ ଦେଖି ତାଙ୍କର ବାପା ମା ବହୁତ ଖୁସି ହେବା ସହ ଝିଅକୁ ପାଠ ପଢ଼ାଇ କଳା ମାଧ୍ୟମରେ ଆଗକୁ ବଢିବାକୁ ଉତ୍ସାହିତ କରୁଛନ୍ତି।ଆଗକୁ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି ଇପ୍ସିତାଙ୍କ ବାପା ମା।