ପେନା ସିମେଣ୍ଟ କମ୍ପାନୀରେ ଶ୍ରମିକ ନିଯୁକ୍ତି ବିବାଦ ପ୍ରସଙ୍ଗ, ତ୍ରିପାକ୍ଷିକ ଆଲୋଚନା ବୈଠକ,
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗୋପାଳପୁର ବନ୍ଦର ପରିସରରେ କାର୍ଯ୍ୟ କରୁଥିବା ପେନା ସିମେଣ୍ଟ କମ୍ପାନୀରେ ଶ୍ରମିକ ନିଯୁକ୍ତି ବିବାଦ ପ୍ରସଙ୍ଗକୁ ନେଇ ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଏବଂ ଗୋପାଳପୁର ଡକ୍ ୱାର୍କର୍ସ ୟୁନିୟନ୍ ଏକ ତ୍ରିପାକ୍ଷିକ ବୈଠକ ଛତ୍ରପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ କମ୍ପାନୀର ଗାଇଡ୍ ଲାଇନ୍ ଅନୁସାରେ ନିଯୁକ୍ତି ପ୍ରକ୍ରିୟାକୁ ଯାଞ୍ଚ କରାଯିବ । ଡକ୍ ୱାର୍କର୍ସ ୟୁନିୟନ୍ର ବାଦ୍ ପଡିଥିବା ୮ ଜଣ ମହିଳା ଶ୍ରମିକ ଓ ୮ ଜଣ ପୁରୁଷ ଶ୍ରମିକଙ୍କୁ ପର୍ଯ୍ୟାୟ କ୍ରମେ କିପରି ନିଯୁକ୍ତି ଦିଆଯିବ ସେ ବିଷୟରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି । କମ୍ପାନୀ ପୋର୍ଟ ପରିସରରେ ସିମେଣ୍ଟ ପ୍ୟାକିଂ କାର୍ଯ୍ୟ କରୁଥିବା ନେଇ ମହିଳା ଶ୍ରମିକଙ୍କ ଆବଶ୍ୟକ ନାହିଁ । ବର୍ତ୍ତମାନ ୯୨ ଜଣ ପୁରୁଷ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ୩ ବର୍ଷ ପୂର୍ବେ ଯେତେବେଳେ ଗୋପାଳପୁର ପୋର୍ଟ ପରିସରରେ ପେନା ସିମେଣ୍ଟ କମ୍ପାନୀ ତାରା କାମ ଆରମ୍ଭ କରିଥିଲା ସେତେବେଳେ ଛଟେଇ ହୋଇଥିବା ଏହି ୮ ଜଣ ମହିଳା ଓ ୮ ଜଣ ପୁରୁଷ ଶ୍ରମିକ କାମ କରି ଆସୁଥିଲେ ନିଜର ଶ୍ରମ ଦାନ କରି ମହିଳା /ପୁରୁଷ ଶ୍ରମିକ ମାନେ କାମକରୁଥିଲେ । କମ୍ପାନୀ ଯେତେବେଳେ ସ୍ଥାୟୀ ହୋଇଯିବ ସେତେବେଳେ ଏମାନଙ୍କୁ ପ୍ରଥମାକିତା ଦେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଏବେ ସେମାନଙ୍କୁ ନିଯୁକ୍ତି ଦେବାରେ ରାଜନୀତି କଂପାନୀ କାହିଁକି କରୁଛି ବୋଲି ଗୋପାଳପୁର ପୋର୍ଟ ଡକ୍ ୱାର୍କରସ୍ ୟୁନିୟନର ସଭାପତି ଜି.ଏରେୟା ଦାବୀ କରିଥିଲେ । କଂପାନୀ ଆମ ଅଂଚଳର ଜଙ୍ଗଲ ଜମି, ପଣି ସବୁ ନେଇ ଏଠାରେ କଂପାନୀ କରୁଛି । ଶ୍ରମ ଦାନ କରିଥିବା ମହିଳା ଓ ପୁରୁଷ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବାରେ ଅବହେଳା କାହିଁକି କରୁଛି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେ କହିଥିଲେ । ଏନେଇ ଆମେ ପୂର୍ବରୁ ଆମେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଜିଲ୍ଲାପ୍ରଶାସନ କୁ ସମ୍ମାନ ଜଣାଇ ଆନ୍ଦୋଳନ କୁ ସ୍ଥଗିତ ରଖି । ଆଜି ତ୍ରିପାକ୍ଷିକ ବୈଠକର ଆଲୋଚନା କରିବାକୁ ଆସିଛୁ ବୋଲି ୟୁନିୟନର ଅନ୍ୟ ନେତୃବୃନ୍ଦ ମାନେ ମଧ୍ୟ ବୈଠକରେ କହିଥିଲେ । ତେଣୁ ଆମେ କୈାଣସି ପ୍ରକାର ଦାବୀ କରୁନାହିଁ କଂପାନୀ ଆରମ୍ଭରୁ ଏହି ୮ଜଣ ମହିଳା /୮ଜଣ ପୁରୁଷ କାର୍ଯ୍ୟ କରୁଥିଲେ । ସେଥି ସକାଶେ ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା ନିମନ୍ତେ ଗୋପାଳପୁର ପୋର୍ଟ ଡକ୍ ୱାର୍କରସ୍ ୟୁନିୟନର ଉପସଭାପତି ଜି.ଜଗନ୍ନାଥ ଓ ସାଧାରଣ ସଂପାଦକ ଜି.ଦାଲେୟା ଉପଜିଲ୍ଲାପାଳ ଏବଂ କଂପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ଶରତ କୁମାର ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ଡକ୍ ୱାର୍କର୍ସ ୟୁନିୟନ୍ ସଭାପତି ଜି.ଏରେୟା, ଉପସଭାପତି ଜି.ଜଗନ୍ନାଥ, ସାଧାରଣ ସଂପାଦକ ଜି.ଦାଲେୟା, ଯୁଗ୍ମ ସଂପାଦକ ଏସ୍.କ୍ରିଷ୍ଣା, କୋଷାଧ୍ୟକ୍ଷ ଏସ୍.ଗଙ୍ଗାଧରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।