ପୈାରାଚଂଳର ୧୫୨ନୂତନ ହିତାଧିକାରୀଙ୍କୁ ଭତ୍ତା ବାଂଟିଲେ ବିଧାୟକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ପୈାରାଚଂଳର ନୂତନ ହିତାଧିକାରୀଙ୍କୁ ଶନିବାର ଅପରାହ୍ନରେ ଭତ୍ତା ବଂଟନ କରାଯାଇଛି । ଏହି ଉପଲକ୍ଷେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଟାଉନହଲ ପରିସରରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ୧୫୨ ଜଣ  ବୃଦ୍ଧ,ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ  ନୂତନ ଭତ୍ତା  ବଂଟନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଯୋଗୁଁ  ଆଜି ମହିଳା ଶସକ୍ତିକରଣ ସମ୍ଭବ ହେବା ସହିତ ହଜାର ହଜାର ସଂଖ୍ୟାରେ ମହିଳାମାନେ ଘରୁ ପଦାକୁ ବାହାରି ସେମାନଙ୍କ ପରିବାରର ଆର୍ଥିକ ଅଗ୍ରଗତିରେ ସାମିଲ ହୋଇପାରିଛନ୍ତି  ବୋଲି  ବକ୍ତବ୍ୟ ରଖିଥିଲେ  ।  ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଥିଲା ଯେ ଭତ୍ତା ପାଇବାରୁ ଯେଭଳି କେହି ବଂଚିତ ନହୁଅନ୍ତି  ।  ଆଜି ସେହି ନିର୍ଦେଶର କାର୍ଯ୍ୟକାରିତା କରାଯାଇ ବୃଦ୍ଧ,ବୃଦ୍ଧା ଓ ଅସହାୟମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି ।   ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଓଡିଶାର ସର୍ବପୁରାତନ ପୈାରସଂସ୍ଥା କେନ୍ଦ୍ରାପଡା ସହରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ସାହାଯ୍ୟକୁ ପ୍ରସଂଶା କରିବା ସହିତ ଏ ଦିଗରେ ସମସ୍ତ ସହରବାସୀଙ୍କ ଆକୁଣ୍ଠ ସହଯୋଗ କାମନା କରିଥିଲେ ।  ଏହି ଅବସରରେ ୧୬ନମ୍ବର ୱାର୍ଡର ଭିନ୍ନକ୍ଷମ ମହିଳା ସାଇରା ବିବିଙ୍କୁ  ମୁଖ୍ୟ ଅତିଥି  ବିଧାୟକ ଶ୍ରୀ ବେହେରା ନୂତନ ଟ୍ରାଇସାଇକେଲ ପ୍ରଦାନ କରିବା ସହ,୧୮୬୦ମସିହାର  ସୋସାଇଟି ପଞ୍ଜିକରଣ ଆଇନ ଅନୁଯାଇ ପଞ୍ଜିକୃତ ହୋଇଥିବା ୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ପ୍ରତିନିଧିଙ୍କୁ ପଞ୍ଜିକରଣ ପ୍ରମାଣପତ୍ର ଓ  ୧୫୨ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଂଟନ କରିଥିଲେ  ।  ଏଥି ସହିତ ପୈାରାଚଂଳର ୧ନମ୍ବର ୱାର୍ଡ ଅନ୍ତର୍ଗତ  ବେଙ୍ଗପାଟିଆ ଠାରେ ତିନିମୁହାଣି – ଅଙ୍ଗୁଳେଇ ରାସ୍ତା ଉପରେ  ନବ ନିର୍ମିତ  ଏକ ସ୍ୱାଗତ ତୋରଣକୁ ମଧ୍ୟ  ବିଧାୟକ ଶ୍ରୀ ବେହେରା ଉଦଘାଟନ କରିଥିଲେ ।  ପୈାରସଂସ୍ଥା କର୍ମଚାରୀ ଅଶୋକ କୁମାର ସାହୁ ମଂଚ ପରିଚାଳନା କରିଥିବା ବେଳେ ଗଣେଶ ଚନ୍ଦ୍ର  ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ପୂର୍ବତନ କାଉନସିଲର କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା,  ରଞ୍ଜିତ ସାହୁ, ଶକ୍ତିକାନ୍ତ ପାତ୍ର, ଦେବଦାସ ମହାନ୍ତି, ନାରଣ ସାହୁ, ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ, ବିଜୟ ପତି, ଦୁର୍ଗା ପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ