ପୈାର କର୍ମଚାରୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥା କର୍ମଚାରୀମାନଙ୍କ ପକ୍ଷରୁ ପରିମଳ ବିଭାଗର ଜମାଦାର ଦିଲ୍ଲିପ କୁମାର ସିଂହ ଓ ବରିଷ୍ଠ କର୍ମଚାରୀ ଗୋକୁଳ ଚନ୍ଦ୍ର ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଞ୍ଜୟ କୁମାର ମଲ୍ଲିକ, ପୈାର କର୍ମଚାରୀ ସଙ୍ଘ ସମ୍ପାଦକ ଭୁବନମୋହନ କାନୁନଗୋ, ଦଳିତ ନେତା ନଗେନ୍ଦ୍ର ଜେନା, ଅମରବର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସୂର୍ଗତ ସିଂହଙ୍କର ଜୀବନବ୍ୟାପି ସେବା ଓ ସୁଗୁଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୁନିଲାଲ ବାନାର୍ଜୀ, ଅଶୋକ କୁମାର ସାହୁ, ସଞ୍ଜୀବ ମହାନ୍ତି, ଗୋଲଖ ଚନ୍ଦ୍ର ପଢିହାରୀ, ରଞ୍ଜିତ ସିଂହ, ବିଜେନ୍ଦ୍ର ସିଂହ, ଦୁର୍ଗାଚରଣ ଦାସ, ଦେବେନ୍ଦ୍ର ପରିଡା, ପ୍ରମୋଦ ମଲ୍ଲିକ, ବଂଶୀଧର ମହାନ୍ତି, ଭରତ ଚନ୍ଦ୍ର ଜେନା, ଶ୍ରୀଧର ବେହେରା, ରାଜକିଶୋର ମହାନ୍ତି, ସନ୍ତୋଷ କର ପ୍ରମୁଖ ଉଭୟ ସୂର୍ଗତ ସିଂହ ଓ ସୂର୍ଗତ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ଉଭୟ କର୍ମଚାରୀଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ