ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : (ନି ପ୍ର) ପାଟପୁର ଥାନା ଅର୍ନ୍ତଗତ ଦିଗପହଣ୍ଡି ବ୍ଳକ ସହଦେବ. ଟିକରପଡା ପଞ୍ଚାୟତ ଫାସିବନ୍ଧ ଗ୍ରାମ ରେ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଜଣକ ହେଲେ ପାଟପୁର ଥାନାଅନ୍ତର୍ଗତ ଫାସିବନ୍ଧ ଗ୍ରାମର ମଦନ ମୋହନ ପାତ୍ରଙ୍କ ସ୍ତ୍ରୀ ଦେବକୀ ପାତ୍ର (୬୦) ବୋଲି ସୂଚନା ମିଳିଛି । ଖବରନୁଯାୟୀ , ରବିବାର ସକାଳୁ ଦେବକୀ ଗ୍ରାମର ଗୁଣବନ୍ଧ ପୋଖରୀକୁ ଯାଇ ଗାଧୋଇବା ସମୟରେ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିବା ବେଳେ ଗ୍ରାମର କିଛି ଯୁବକ ପୋଖରୀ ରେ ଗାଧୋଇବା ପାଇଁ ଯାଇଥିବା ବେଳେ ବୃଦ୍ଧା ଜଣକ ପୋଖରୀରେ ଭାସୁଥିବା ଦେଖି ପରିବାରକୁ ଖବର ଦେଇଥିଲେ । ଖବରପରେ ଗ୍ରାମର କିଛି ଲୋକ ପାଣିରେ ପଶି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ବୃଦ୍ଧା ଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଖବରପାଇ ପାଟପୁର ପୋଲିସ ଦିଗପହଣ୍ଡି ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ପାଟପୁର ଥାନା ପକ୍ଷରୁ ସୂଚନା ମିଳିଛି।ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ଯାମ ନାୟକ , ସମିତି ସଭ୍ୟା ଶୈଳ ବେହେରା ଓ ପ୍ରତିନିଧି ସମୀର ବେହେରା ପହଞ୍ଚି ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ ଜଣାଇଛନ୍ତି ।