ପୋଖରୀରେ ବୁଡି ଶିଶୁ ମୃତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବଡହାତନା ପଞ୍ଚାୟତର ବଡହତନାବେଡା ଗ୍ରାମର ଏକ ଶିଶୁ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ପ୍ରକାଶ ତାଙ୍କରି ବଡହାତନାବେଡା ଗ୍ରାମର ଲାଲମୋହନ ପୂର୍ତ୍ତିର ପରିବାର ଲୋକେ ଘରେ ଥିଲେ । ଲାଲମୋହନର ସ୍ତ୍ରୀ ଘର ଅଗଣାରେ କାମ କରୁଥିବା ବେଳେ ତାଙ୍କର ୩ବର୍ଷର ଶିଶୁ ବାହାରେ ମଙ୍ଗଳବାର ଦିନ ଅପରାହ୍ନରେ ଖେଳାଖେଳି କରୁଥିଲେ ‌ । କେତେବେଳେ ଛୋଟ ଛୋଟ ପିଲାମାନଙ୍କ ସହ ଖେଳୁ ଖେଳୁ ଘର ପାଖରୁ ଅଳ୍ପ ଦୂରରେ ଥିବା ପୋଖରୀ ପାଖକୁ ପଳାଇ ଯାଇଥିଲେ । ପରେ ସେଠାରେ ପୋଖରୀ ତୋଠରେ ପେଣ୍ଟ ସାର୍ଟ ଖୋଲି ପୋଖରୀରେ ଗାଧୋଇଥିଲା ।ପରେ ସାଙ୍ଗମାନେ ଘରକୁ ପଳାଇ ଆସିଥିଲେ ।ଏଣେ ଘର ଲୋକ ଶିଶୁଟିକୁ ନେଇଥିବା ପାଇଁ ଖୋଜାଖୋଜି କରୁଥିଲେ ।୪.୩୦ଟା ପାଖାପାଖି ସମୟରେ ଗାଁ ର ଜଣେ ଲୋକ ପୋଖରୀରେ ଗାଧୋଉଥିବା ବେଳେ ପାଣି ଭିତରେ ଗୋଡ଼ରେ କ’ଣ ଗୋଟାଏ ଲାଗିଥିଲା ।ତାପରେ ପାଣିରେ କାଢି ଦେଖିବାକୁ ପାଇଲେ ଇଏ ସେହି ଶିଶୁ ସମ୍ବାରି ପୂର୍ତ୍ତି ।ପରେ କାନ୍ଦ ବୋବାଳି ପଡିଗଲା । ପିଲାଟିକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଶିଶୁ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ