ପୋଖରୀରେ ବୁଡି ୧୪ ବର୍ଷର ବାଳକର ମୃତ୍ୟୁ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ପୋଖରୀକୁ ଗାଧେଇବାକୁ ଯାଇ ଗୋଡ଼ ଖସିଯିବାରୁ ଜଣେ ୧୪ ବର୍ଷୀୟ ବାଳକ ର ମୃତ୍ୟୁ ହୋଇଛି l ମୃତ ବାଳକ ଜଣକ ହେଲେ ବିପୁଳିଙ୍ଗୀ ଗ୍ରାମର ରତ୍ନାକର ମହାରଣା ଙ୍କ ପୁଅ ରୋଷନ ମହାରଣା (୧୪ ) ବୋଲି ଜଣାପଡିଛି l ରୋଶନ ଗ୍ରାମ ପୋଖରୀ କୁ ଗାଧେଇବାକୁ ଯାଇଥିବା ବେଳେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଗ୍ରାମବାସୀ ଓ ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାର ଖବର ପାଇ ଛତ୍ରପୁର ପୋଲିସ ମେଡ଼ିକାଲରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ