ପୋଡ଼ାମାରୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ଠାରେ ଆଜି ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଯାଇଛି l ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଆରମ୍ଭ କରିଥିଲା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଏବଂ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ମୂଳ ଲକ୍ଷ ରହିଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରାଯିବା ସହିତ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତତ କରି ବିଭିନ୍ନ ପଦକ୍ଷଯ ନିଆ ଯାଉଛି l ଏହି ସମସ୍ତ ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା କରାଯାଇଛି l ଆୟୋଜିତ ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଜାନୁଆରୀ ୧୮ ରୁ ଆରମ୍ଭ ହୋଇ ଫେବୁୟାରୀ ୭ ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ହେବା ନେଇ ସରକାର ଧାର୍ଯ୍ୟ କରିଥିବା ବେଳେ ପୋଡ଼ାମାରୀ ସରପଂଚ ସନ୍ତୋଷ କୁମାର ବିଷୋୟୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଆଜିର ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ହଜାରରୁ ଉର୍ଦ୍ଧ ମହିଳାଙ୍କ ସମାବେଶରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡ଼ିକୁ ବିଶାଳ ଏଲସିଡି ପରଦାରେ ପ୍ରଦର୍ଶନ ପୂର୍ବକ ସଚେତନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ହିତାଧିକାରୀଙ୍କୁ ପ୍ରୋଛାହନ ରାଶି ପ୍ରଦାନକରିଥିଲେକାର୍ଯ୍ୟକ୍ରମରେ ବ୍ଲକ୍ ସ୍ତରୀୟ ଅଧିକାରୀ , ମିଶନ ଶକ୍ତି କର୍ମକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀ ସମୂହଙ୍କ ସହ ସ୍ଵୟଂ ସହାୟିକା ମହିଳା ଗୋଷ୍ଠି ସଦସ୍ୟାମାନେ ଯୋଗ ଦେଇଥିଲେ I

ବ୍
2 Attachments • Scanned by Gmail

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ