ପୋଡାମାରି ରେ କୋଭିଡ ଯୋଦ୍ଧା ସଂମ୍ମାନିତ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କଲ୍ୟାଣମଣ୍ଡପରେ ଶୁକ୍ରବାର କୋଭିଡ ଯୋଦ୍ଧାଙ୍କୁ ସଂମ୍ମାନିତ କରାଯାଇଛି l ଆୟୋଜିତ କାଯ୍ୟକ୍ରମରେ ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀ ଙ୍କ ସଭାପତିତୄ ରେ  ମୁଖ୍ୟ ଅତିଥି ଭାବେ  ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବୃନ୍ଦାବନ ପ୍ରଧାନ, ସଂମ୍ମାନ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ପାଢ଼ୀ, ଦାମୋଦର ପ୍ରଧାନ, ଓକିଲ ଚନ୍ଦ୍ର ଧ୍ଵଜ ସିଂ, ସମାଜ ସେବୀ ପ୍ରତାପ ସାହୁ, ପି.ରାମେଶ୍ୱର ପାତ୍ର, ଶତ୍ରୁଘ୍ନ ଜେନା ପ୍ରମୁଖ ମଞ୍ଚାସିନ ଥିଲେ l ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଶୋଇ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ଅଙ୍ଗନବାଡି ବାଡ଼ି ଆଶା କର୍ମୀ, ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ, ପୋଲିସ ବିଭାଗ, ଜଳ ଓ ପରିମଳ ବିଭାଗ, ଟି.ଏମ.ସି ରେ କାଯ୍ୟରତ ସମସ୍ତ ଶିକ୍ଷକ, ପଞ୍ଚାୟତର ସମସ୍ତ କର୍ମଚାରୀ, ସମସ୍ତ ୱାର୍ଡ ସଭ୍ୟା/ସଭ୍ୟ କୋଭିଡ ମନିଟରଙ୍କ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ଆସିଛି ବୋଲି ସରପଞ୍ଚ ପ୍ରତିନିଧି କହିଥିଲେ l ପବିତ୍ର ଗାନ୍ଧିଜୟନ୍ତି ରେ  ପଞ୍ଚାୟତ ପକ୍ଷରୁ ଗ୍ରାମସଭା କରାଯାଇ ପଂଚାୟତ ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା ଏବଂ ପଂଚାୟତ ରେ  ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ର ତାଲିକା ଏବଂ ଆୟ/ବ୍ୟୟ ଅଟକଳ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା । ପରେ ପଂଚାୟତ ପକ୍ଷ ରୁ କରୋନା ଯୋଦ୍ଧା ଙ୍କୁ ସେମାନଙ୍କୁ ମାନପତ୍ର ଦେଇ ସଂମ୍ମାନିତ କରିଥିଲେ l ସେହିପରି ବ୍ୟାପକ ଜନସଚେତନତା ସମ୍ବଳିତ ଖବର ପରିବେଷଣ କରିଥିବାରୁ ଅଞ୍ଚଳର ସମସ୍ତ ଖବର ଦାତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ