ଚାଷୀକୁ ଘାରିଛି ରୋଗ ପୋକ ଚିନ୍ତା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କରୋନା ମାଡରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏବେ ପୁଣି ଚାଷୀ କୁ ଘାରିଛି ରୋଗ ପୋକ ଚିନ୍ତା।ଧାନ ଗଛ ବଢ଼ିବା ଆଗରୁ ନଳୀ ପୋକ ଗଛକୁ ଦୁର୍ବଳ କରି ପକାଉଛି । ଯାହାକୁ ନେଇ ଚିନ୍ତାରେ ଚାଷୀ କୁଳ ସେପଟେ ଗ୍ରାମ୍ୟ କୃଷି କର୍ମଚାରୀ ଗାଁ ଗାଁରେ ପହଞ୍ଚି ଔଷଧ ସିଞ୍ଚନ କରିବାକୁ ପରାମର୍ଶ ଦେଉଛନ୍ତି । କେଉଁଠି ଧାନ ଗଛ ବଢିବା ଆଗରୁ ପତ୍ରରେ ପୋକ ଲାଗିଲାଣି ତ କେଉଁଠି ଧାନ କେଣ୍ଡା ଧରିବା ପରେ ପୋକ ଲାଗିଲାଣି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏ ଦୃଶ୍ୟ ହେଉଛି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ବୁରପଲ୍ଲୀ ଗାଁର ଗୋଟିଏ ଗାଁ ନୁହେଁ ବ୍ଲକର କୁଡୁତାଇ,ଗେରେଡା ଭଳି ବିଭିନ୍ନ ପଞ୍ଚାୟତର ଚାଷ ଜମିରେ ରୋଗ ପୋକ ଲାଗିବା ଦ୍ୱାରା ଧାନ ଗଛର ପତ୍ର ସବୁ ହଳଦିଆ ହୋଇ ମରିଯାଉଛି । ଗୋଟିଏ ଗଛରୁ ୧୦ ଟି କେଣ୍ଡା ବାହାରିବା ବଦଳରେ ମାତ୍ର ଦୁଇରୁ ତିନଟି କେଣ୍ଡା ଧରୁଛି । ଆଗକୁ ଧାନ ଅମଳ କମ୍ ହେବା ଆଶଙ୍କା କରି ଭାଙ୍ଗି ପଡିଛନ୍ତି ଚାଷୀ । ଗ୍ରାମାଞ୍ଚଳ ରେ ଲୋକେ ମୂଖ୍ୟତଃ ଚାଷ ବାସ ଉପରେ ନିର୍ଭର କରି ବର୍ଷ ତମାମ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଆଷାଢ଼ ମାସରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନିଜ ଚାଷକାର୍ଯ୍ୟ ରେ ଲାଗି ପଡିଛନ୍ତି । ଲକ ଡାଉନ ସମୟରେ ଧାର କରଜ କରି ଚଢା ଦରରେ ମୂଲିଆ,ଟ୍ରାକ୍ଟର ଲଗାଇ ଧାନ ରୋଇ ଥିଲେ।ଆଶା ଥିଲା ଭଲ ଅମଳ ହେଲେ ଋଣ ସୁଝିବେ । ହେଲେ ଗଛ ବଡ଼ ହେବା ପରେ ରୋଗ ପୋକ ର ନିରାକରଣ ପାଇଁ ଔଷଧ କିଣିବାକୁ ପାଖରେ ଟଙ୍କା ନାହିଁ । ଠିକ ସମୟରେ ଚାଷୀ ୟୁରିଆ ସାର ମିଳିଲା ନାହିଁ ତେଣୁ ରୋଗ ପୋକ ଲାଗିଥିବା କହିଛନ୍ତି | ଚାଷୀ।ରୋଗ ପୋକର ନିରାକରଣ କରି କ୍ଷତି ପୁରଣ ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ