ପୋଡିଲେ ମାଓ ପୋଷାକ : ଧରିଲେ ସରକାର ଙ୍କ ହାତ 

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ମାଲକାନଗିରି ଜିଲ୍ଲା ରେ ସଫଳ ହେବାକୁ ଲାଗିଛି କେନ୍ଦ୍ର ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ । ଜିଲ୍ଲାରୁ ମାଓବାଦୀ ଙ୍କୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ଜିଲ୍ଲାକୁ bsf ଆସିଲେ ଓ ତା ପରେ ବଦଳିଲା ମାଲକାନଗିରି ଜିଲ୍ଲାର ଚିତ୍ର । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ମାଓ ଦୁର୍ଗ ଅକ୍ତିଆର କଲେ bsf ବାହିନୀ । ଗତ କିଛି ମାସ ପୂର୍ବେ ଜିଲ୍ଲାର ଶେଷ ମାଓ ଗଡ଼ କୁ bsf ବାହିନୀ ଅକ୍ତିଆର କରିବା ପରେ ପରିବର୍ତ୍ତନ ଦେଖୁଛନ୍ତି ଯନ୍ତ୍ରୀ ପଂଚାୟତ ବାସୀନ୍ଧା । ନିଜକୁ ସୁରକ୍ଷିତ ମନେ କରିବା ସହ ମାଓ ସଂଘଠନ ଛାଡି ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେଉଛନ୍ତି ସ୍ୱାଭିମାନି । ଗତ 2 ଜୁନ ରେ ପୋଲିସ ଡିଜି ସୁନୀଲ ବଂସଲ ସ୍ୱାଭିମାନ ଅଂଚଳ ଗସ୍ତ ରେ ଆସିଥିବା ସମୟରେ 50 ଜଣ ମାଓ ସମର୍ଥକ ବା ମିଲିସିଆ ଆତ୍ମସମର୍ପଣ କରିଥିବା ବେଳେ ଆଜି କେବଳ ଯନ୍ତ୍ରୀ ପଂଚୟତ ର 180 ଜଣ ମିଲିସିଆ ଜିଲ୍ଲା ପ୍ରଶାସନ ଚିତ୍ରକୋଣ୍ଡା bdo ରଘୁନାଥ ମୁଣ୍ଡାରୀ , bsf commnderଓ ପୋଲିସ sdpo ଅଂଶୁମାନ ଡିବେଦୀ ସମ୍ମୁଖରେ ଆତ୍ମସମର୍ପଣ କରିବା ସହ ନିଜେ ପରିଧାନ କରୁଥିବା ମାଓ ପୋଷକକୁ ନିଆଁ ଲଗାଇ ପଡ଼ିଥିଲେ । ଆଉ କହିଲେ ଆମେ ଆଉ ମିଛ ପ୍ରତିଶ୍ରୁତି ରେ ବିଶ୍ୱାସ କରିବୁନି ଏବେ ସରକାରଙ୍କ ବିକାଶ ସ୍ରୋତ ରେ ସାମିଲ ହେବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ