ଚାରି ଜଣ ମାଓବାଦୀଙ୍କୁ ଆନ୍ଦ୍ର ପୋଲିସ ଗିରଫ
ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଚାରି ଜଣ ମାଓବାଦୀଙ୍କୁ ଆନ୍ଦ୍ର ପୋଲିସ ଗିରଫ କରିଥିବା ଜଣା ପଡ଼ିଛି । ଆନ୍ଦ୍ର ଓଡିଶା ସୀମାନ୍ତ ବର୍ତ୍ତି ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ ପେଦାବାଇଲୁ ବ୍ଲକ ଅନ୍ତର୍ଗତ ଇଂଜାରି ଗ୍ରାମର ବନ୍ତଲା ରାମକ୍ରିଷ୍ଣା ଓରଫ ଅଶୋକ ଯିଏକି ଏସିଏମ ଭାବେ ମାଓ ସଂଘଟନରେ କାର୍ଯ୍ୟ କରୁଥିଲେ I କୋରା ଚିନାୟା ,କୋର ସୁରିବାବୁ ମିଲିସିଆ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ବନ୍ତଲା ରାବନା ମଧ୍ୟ ମିଲିସିଆ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ସମସ୍ତେ ଇଂଜାରି ଗ୍ରାମର ବୋଲି ଜଣା ପଡ଼ିଛି । ଆନ୍ଦ୍ର ଓଡିଶା ସ୍ୱାଭିମାନ ଅଞ୍ଚଳ ସମେତ ବହୁ ଜାଗାରେ ଏମାନେ ମାଓ ହିଂସାରେ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଏମାନଙ୍କୁ ଗିରଫ ପରେ ଆନ୍ଦ୍ର କୋର୍ଟକୁ ଚାଲାଣ କୋରା ଯାଇଛି ।


