ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ
ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଆଜି ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଶିବିରକୁ ଯୋଗ ଗୁରୁ ଇନ୍ଦ୍ର ଲାମା, ଯୋଗ ମହୋତ୍ସବ ଚିତ୍ରକୋଣ୍ଡା ସ°ଯୋଜକ ସ୍ମୃତି ରଞ୍ଜନ ନାୟକ ଯୋଗଦେଇ ଯୋଗ ଓ ଏହାର ଉପକାରିତା ସଂପର୍କରେ ବାର୍ତ୍ତା ଦେଇଥିଲେ । ଯୋଗ ଶିକ୍ଷକ ଶ୍ରୀ ଇନ୍ଧ୍ର ଲାମା ବିଭିନ୍ନ ପ୍ରକାର ସୁକ୍ଷ୍ମ ବ୍ୟାୟାମ,ଆସନ ଓ ପ୍ରାଣାୟାମ ମାନ କରି ଦେଖାଇଥିଲେ ଓ ତାଙ୍କୁ ଅନୁକରଣ କରି ସମସ୍ତେ ଯୋଗ କରିଥିଲେ । କରୋନା ସଙ୍କ୍ରମଣ ସମୟରେ ଯେହେତୁ ଆମର ଫୁସଫୁସ ଅଧିକ ସଙ୍କ୍ରମିତ ହେଉଛି ଏଥିପାଇଁ ଖାସକରି ଅନ୍ତତଃ ତିନୋଟି ପ୍ରାଣାୟାମ ଯଥା-ଅନୁଲୋମ ବିଲୋମ, ଭସ୍ତ୍ରିକା, କପାଲଭାତୀ ପାଞ୍ଚ ପାଞ୍ଚ ମିନିଟ୍ ଲେଖା ସମସ୍ତେ ସବୁଦିନ କରିବା ପାଇଁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଯୋଗ ଓ ଆୟୁର୍ବେଦ ଶାସ୍ତ୍ର ହେଉଛି ଏକ ବିଜ୍ଞାନ ସମ୍ମତ ଜ୍ଞାନ ଏଣୁ ଏହାର ଉପଯୋଗ ରେ ଆମେ ବହୁତ ଲାଭ ପାଇପାରିବା ବିଶେଷ କରି ଆମ ଭିତରେ ଥିବା ସମସ୍ତ ସକାରାତ୍ମକ ଶକ୍ତିକୁ ଜାଗୃତ କରି ପାରିବା ।ଏହା ସହ ଚିତ୍ରକୋଣ୍ଡା ଅଞ୍ଚଳରେ ଅବସ୍ଥାପିତ ହୋଇଥିବା ବିଏସଏଫ ର ୯ ଓ ୮୮ ବାଟାଲିୟନ ପକ୍ଷରୁ ଚିତ୍ରକୋଣ୍ଡା ଡ୍ୟାମ ଉପରେ ଜାନବାଇ କ୍ୟାମ୍ପ, ଡାଇକ -୩ କ୍ୟାମ୍ପ ଓ ଅନ୍ୟ ସମସ୍ତ କ୍ୟାମ୍ପରେ ୯ ବାଟାଲିୟନ ର କମାଣ୍ଡାଟ ରାଜୀବ ସୁନିଲ ମିଞ୍ଜ,୮୮ ବାଟାଲିୟନ ର କମାଣ୍ଡାଟ ଵିନୋଦ ସରିନ ଙ୍କ ତତ୍ତ୍ଵାବଧାନରେ ଯବାନ ମାନଙ୍କୁ ନେଇ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ସହ ପ୍ରତ୍ୟକ୍ଷ ଯୋଗର ଲାଭ ଉଠାଇ ଯୋଗ ଅଭ୍ୟାସ କରିଥିଲେ ।


