ପୋଲସରାରେ ବିଜେଡି ପ୍ରତିଷ୍ଠା ଦିବସରେ ୩୨୪ ୟୁନିଟ ରକ୍ତ ସଂଗ୍ରହ 

ପୋଲସରା ,(ଅନିଲ କୁମାର ମହାରଣା): ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଠାରେ ଡିସେମ୍ବର ୨୬ ତାରିଖ ଦିନ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଓ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ, ଦୁଇଟି ରକ୍ତଦାନ ଶିବରରେ ୩୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ଏହି ମହତ ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ବରେ ଗତ ୨୨ ତାରିଖ ଦିନ ପୋଲସରାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେଡ଼ିର ପ୍ରତିଷ୍ଠା ଦିବସରେ ରକ୍ତଦାନ କରିବା ବିଧାୟକ ଶ୍ରୀ ସାହୁ ଆହ୍ୱାନ ପ୍ରଦାନ କରିଥିଲେ। ଆଜି ଜୀବନ ବିନ୍ଦୁ ଆନୁକୂଲ୍ୟରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାର ମେଡ଼ିକାଲ କର୍ମଚାରୀଙ୍କ ଦ୍ଵାରା ୧୬୧ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦ୍ଵାରା ୧୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଜୀବନ ବିନ୍ଦୁ ଗଞ୍ଜମ ଜିଲ୍ଲା ସଂଯୋଜକ ସୁବାସ ମହାରଣା ଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ସେହିପରି ବିଜେଡି ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ରହ୍ମପୁରରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସଂଯୋଜକ ସୁବାସ ମହାରଣା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ