ପୋଲସରାରେ “ମୋ ନିଵେଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ
ପୋଲସରା , (ଯୁଗାବ୍ଦ ନ୍ୟୁଜ) : ଅଗଷ୍ଟ କ୍ରାନ୍ତୀ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା, ଜୋକବନ୍ଧ,ଗୋଛାବାଡି ଗ୍ରାମ ପଞ୍ଚାୟତ ଠାରେ ଶୁକ୍ରବାର “ମୋ ନିଵେଦନ” ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ସ୍ଥାୟୀ ସମାଧାନ କରିବା ଲକ୍ଷ୍ୟନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ ସାଧାରଣ ସମସ୍ୟା ଓ ଉନ୍ନୟନ ମୂଳକ କାର୍ୟ୍ୟ ଉପରେ ସମୀକ୍ଷା କରିଛନ୍ତି । ଅନାନ୍ୟ ଅତିଥିଙ୍କ ମଧ୍ୟରେ ପୋଲସରା ବିଡିଓ, ତହସିଲିଦାର, ଏଇଇ , ଜେଇ , ବ୍ଲକ କର୍ମଚାରୀ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସମେତ ଗ୍ରାମବାସୀମାନେ ଯୋଗ ଦେଇଥିଲେ ।


